ମାଟି ତଳୁ ୩୨ପ୍ରକାର ମାଓ ସାମଗ୍ରୀ ଜବତ
ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ପୁଣି ମୁଣ୍ଡ ଟେକୁଛନ୍ତି ମାଓବାଦୀ। ମାଓବାଦୀଙ୍କ ବିରୋଧରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା । ମାଟି ତଳୁ ୩୨ ପ୍ରକାର ମାଓ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷା ବାହିନୀ। ମିଳିତ ତଲାସୀ ଅଭିଯାନ ସମୟରେ ବିପୁଳ ପରିମାଣର ମାଓ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଜବତ କରିଛି ପୁଲିସ। ଜିଲ୍ଲାର କିଟିମିଟି ଓ କଟୁଆପଦର ଜଙ୍ଗଲ ଅଞ୍ଚଳରେ ବିଏସଏଫ ଏବଂ ଡିଭିଏଫ୍ ଯବାନଙ୍କ ମିଳିତ ତଲାସୀ ଅଭିଯାନ ବେଳେ ଏହି ସଫଳତା ମିଳିଛି । ଜବତ ସାମଗ୍ରୀ ମଧ୍ୟରେ ବନ୍ଧୁକ, ବିସ୍ଫୋରକ ସାମଗ୍ରୀ ଏବଂ ମାଓବାଦୀଙ୍କ ନିତ୍ୟ ବ୍ୟବହାର୍ଯ୍ୟ ବିଭିନ୍ନ ସାମଗ୍ରୀ ରହିଛି । ଏନେଇ ଆଜି ମାଲକାନଗିରି ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ବିନୋଦ ପାଟିଲ ସୂଚନା ଦେଇଛନ୍ତି । ଏହି ଜବତ ଫଳରେ ମାଓବାଦୀଙ୍କ କାର୍ଯ୍ୟକଳାପକୁ ବଡ଼ ଧକ୍କା ଲାଗିଥିବା ପୁଲିସ ପକ୍ଷରୁ କୁହାଯାଇଛି । ଅଞ୍ଚଳରେ ଏଭଳି କମ୍ବିଂ ଓ ସର୍ଚ୍ଚ ଅପରେସନ୍ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଏସପି ସୂଚନା ଦେଇଛନ୍ତି ।
Tags:




