୩୧ସିବିଆଇ ଅଧିକାରୀ ପାଇବେ ରାଷ୍ଟ୍ରପତି ପୁଲିସ ପଦକ ସମ୍ମାନ
ଓଡ଼ିଶାର ୪ ଜଣ ପାଇବେ ସାହସିକତା ପଦକ
ନୂଆଦିଲ୍ଲୀ : ଗଣତନ୍ତ୍ର ଦିବସ ପୂର୍ବରୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ତଥା ସିବିଆଇର ୩୧ଜଣ ଅଧିକାରୀ ଏବଂ କର୍ମଚାରୀଙ୍କୁ ସେମାନଙ୍କର ଉଲ୍ଲେଖନୀୟ, ଉତ୍ସର୍ଗୀକୃତ ଏବଂ ପ୍ରଶଂସନୀୟ ସେବା ପାଇଁ ଜାତୀୟ ସ୍ତରରେ ସମ୍ମାନିତ ହେବେ । ଏହି କର୍ମଚାରୀମାନଙ୍କୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପୁଲିସ ପଦକ ଏବଂ ପ୍ରଶଂସନୀୟ ସେବା ପାଇଁ ପୁଲିସ ପଦକ ପ୍ରଦାନ କରାଯିବ ବୋଲି ଘୋଷଣା ହୋଇଛି । ସେଥିମଧ୍ୟରୁ ଓଡ଼ିଶାରୁ ଜଣେ CBI ଅଧିକାରୀ ଏଥିରେ ସମ୍ମାନିତ ହେବେ। ଉଲ୍ଲେଖନୀୟ ସେବା ପାଇଁ CBI ଏଏସ୍ପି ବୈଦ୍ୟନାଥ ସାମଲଙ୍କୁ ମିଳିବ ରାଷ୍ଟ୍ରପତି ପୋଲିସ ସେବା ପଦକ।
ସେହିପରି ସାହସିକତା ପାଇଁ ଏଥର ଓଡ଼ିଶାର ୪ ଜଣ ପୋଲିସ ପାଇବେ ପଦକ। DSP ଅତୁଲ କ୍ରିଷ୍ଣା ଦାସ, ASI ପୂର୍ଣ୍ଣଚନ୍ଦ୍ର ପ୍ରଧାନ ପାଇବେ ସାହସିକତା ପଦକ। ସେହିପରି ୨ କନଷ୍ଟେବଲ ଘନଶ୍ୟାମ ସାହୁ ଓ ଥବିର ମାଝୀ ମଧ୍ୟ ଏହି ସାହସିକତା ପଦକ ପାଇବେ। ସେହିପରି ବିଶିଷ୍ଟ ସେବା ପାଇଁ ଓଡ଼ିଶାରୁ ୨ ଜଣଙ୍କୁ ମିଳିବ ପଦକ। ADG ପ୍ରତୀକ ମହାନ୍ତି, DCP ପ୍ରଫୁଲ୍ଲ ସିଂଙ୍କୁ ମିଳିବ ବିଶିଷ୍ଟ ସେବା ପଦକ। ଉଲ୍ଲେଖନୀୟ ସେବା ପାଇଁ ୧୧ ଜଣଙ୍କୁ ପଦକ। ମିଳିବIG ସାର୍ଥକ ଷଡ଼ଙ୍ଗୀ, କମାଣ୍ଡାଣ୍ଟ ଶ୍ରୀପ୍ରସାଦ ତମାଙ୍ଗ, ASP ଶୁଭନାରାୟଣ ମୁଦୁଲି, DSP ପ୍ରଦୀପ କୁମାର, ପ୍ରଣିତା କୁମାରୀ ରାୟ, କମାଣ୍ଡାଣ୍ଟ ଅଶୋକ ମହାନ୍ତି ମଧ୍ୟ ଏହି ପଦକ ପାଇବେ ବୋଲି ସୂଚନ ମିଳିଛି।
ବିଶିଷ୍ଟ ସେବା ପାଇଁ ମୋଟ ୧୦୧ ରାଷ୍ଟ୍ରପତି ପଦକ (PSM) ମଧ୍ୟରୁ ୮୯ଟି ପୋଲିସ ସେବାକୁ, ୫ଟି ଅଗ୍ନିଶମ ସେବାକୁ, ତିନୋଟି ସିଭିଲ ଡିଫେନ୍ସ ଏବଂ ହୋମଗାର୍ଡ ସେବାକୁ ଏବଂ ଚାରିଟି ସଂଶୋଧନ ସେବାକୁ ପ୍ରଦାନ କରାଯାଇଛି। ସେହିପରି, ମେରିଟୋରିଆସ୍ ସେବା (MSM) ପାଇଁ ମୋଟ ୭୫୬ ପଦକ ମଧ୍ୟରୁ ୬୬୪ଟି ପୋଲିସ ସେବାକୁ, ୩୪ଟି ଅଗ୍ନିଶମ ସେବାକୁ, ୩୩ଟି ହୋମଗାର୍ଡ ଏବଂ ସିଭିଲ ଡିଫେନ୍ସ ସେବାକୁ ଏବଂ ୨୫ଟି ସଂଶୋଧନ ସେବାକୁ ପ୍ରଦାନ କରାଯାଇଛି।



