ପାଣିଘେରରେ ଥିବା ୩୦୦ ଛାତ୍ରଛାତ୍ରୀ ସ୍ଥାନାନ୍ତର

ପାଣିଘେରରେ ଥିବା ୩୦୦ ଛାତ୍ରଛାତ୍ରୀ ସ୍ଥାନାନ୍ତର
Samaya Live News Picture
Published On

କେନ୍ଦ୍ରାପଡା : ୪ ଦିନ ଧରି ଜଳବନ୍ଦୀ ରହିବା ପରେ ପାଣି ଘେରରୁ ସ୍ଥାନାନ୍ତର ହେଲେ ୩୦୦ଛାତ୍ରଛାତ୍ରୀ । ପଟ୍ଟାମୁଣ୍ଡାଇ ବ୍ଳକ ପେଣ୍ଠପାଳ ଗ୍ରାମ ପଂଚାୟତ ଅନ୍ତର୍ଗତ କୂଳସାହିସ୍ଥିତ ଆଶ୍ରମ ସରକାରୀ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେଇଛି ଓଡ୍ରାଫ୍ ଟିମ୍ । ବନ୍ୟା ସ୍ଥିତକୁ ଦେଖି ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଡଙ୍ଗାରେ ଉଦ୍ଧାର କରିଛି ଓଡ୍ରାଫ୍ ଟିମ୍ । ସେମାନଙ୍କ ମଧ୍ୟରେ ୧୪୦ଜଣ ଛାତ୍ର ଥିବା ବେଳେ ୯୦ ଛାତ୍ରୀ ଥିବା ଜଣାଯାଇଛି ।

ଏହି ସ୍କୁଲଟି ନଦୀ କୂଳରେ ରହିଥିବାରୁ ହଠାତ ଶନିବାର ବନ୍ୟା ଆସିଯିବାରୁ ପିଲାମାନେ ହଷ୍ଟେଲ ଭିତରେ ରହିଯାଇଥିଲେ । ନଦୀରେ ପାଣି ବଢ଼ୁଥିବାରୁ ହଷ୍ଟେଲ ତଳ ମହଲାରେ ପାଣି ପଶିଥିଲା । ଶତାଧିକ ପିଲା ହଷ୍ଟେଲ୍‌ରେ ଥିବାରୁ ଗଭୀର ନଦୀ ସ୍ରୋତରେ ପିଲାଙ୍କୁ ଉଦ୍ଧାର କରି ଆଣିବା ପାଇଁ ପ୍ରଶାସନ ରିସ୍କ୍ ନେଇପାରୁନଥିଲା । ଗତକାଲି ମେଡିକାଲ୍‌ ଟିମ୍  ଯାଇ ପିଲାଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିଥିଲେ । ଗତକାଲି ତୁଳନାରେ ଆଜି ନଦୀର ଜଳସ୍ତର ବଢ଼ିଛି ।

 

Tags: