୩ସ୍କୁଲ ବସ ଅଟକ
କଟକ : ଆକ୍ସନରେ କଟକ ପରିବହନ ବିଭାଗ । ବେଆଇନ ଚଳାଚଳ ନେଇ ୩ସ୍କୁଲ ବସ୍ ଅଟକ । ଆଜି ସକାଳେ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲ ଯାଉଥିବା ବେଳେ ଜାତମୁଣ୍ଡିଆ ଛକରେ ଏହି ବସ୍ଗୁଡ଼ିକ ଉପରେ ଚଢ଼ଉ କରାଯାଇଥିଲା । କଟକ ପରିବହନ ବିଭାଗ ଅଧିକାରୀ ବିଶ୍ୱଜିତ ଦାସଙ୍କ ନେତୃତ୍ୱରେ ଟ୍ରାଫିକ୍ ଇନ୍ସପେକ୍ଟର ରଞ୍ଜନ କୁମାର ଡୋରା ଏହି ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ‘ଆଦିତ୍ୟ’ ନାମକ ୩ଟି ଘରୋଇ ବସ୍ ଧରାପଡ଼ିଥିଲା । କଟକ ପରିବହନ ବିଭାଗ ଅଧିକାରୀ ବିଶ୍ୱଜିତ ଦାସଙ୍କ ନେତୃତ୍ୱରେ ଟ୍ରାଫିକ୍ ଇନ୍ସପେକ୍ଟର ରଞ୍ଜନ କୁମାର ଡୋରା ଏହି ଚଢ଼ଉ କରିଥିଲେ ।
ଯାଞ୍ଚ ବେଳେ ଦୁଇଟି ବସ୍ର କୌଣସି କାଗଜପତ୍ର ନଥିବା ବେଳେ ଅନ୍ୟ ଗୋଟିଏ ବସ୍ର ଫିଟନେସ୍ ନଥିବା ଜଣାପଡ଼ିଥିଲା । ନିୟମ ଉଲ୍ଲଂଘନ କାରଣରୁ ପରିବହନ ବିଭାଗ ୩ଟି ବସ୍କୁ ଜବତ କରିଛି । ସେଥିମଧ୍ୟରୁ ଗୋଟିଏ ବସ୍କୁ ସିଜ୍ କରି ନରାଜସ୍ଥିତ ପରିବହନ କାର୍ଯ୍ୟାଳୟକୁ ପଠାଯାଇଛି । ଅନ୍ୟ ଦୁଇଟି ବସ୍କୁ ଜାତମୁଣ୍ଡିଆ ପେଟ୍ରୋଲ ପମ୍ପରେ ରଖାଯାଇଛି ।
Tags:




