ସଙ୍ଘବଦ୍ଧ ଆକ୍ରମଣରେ ୩ପୋଲିସ କର୍ମଚାରୀ ଆହତ

ସଙ୍ଘବଦ୍ଧ ଆକ୍ରମଣରେ ୩ପୋଲିସ କର୍ମଚାରୀ ଆହତ
Samaya Live News Picture
Published On

କଟକ : ପୋଲିସକୁ  ସଙ୍ଘବଦ୍ଧ ଆକ୍ରମଣ । ଅସାମାଜିକଙ୍କ ଛୁରାମାଡ଼ରେ ୩ପୋଲିସ କର୍ମଚାରୀ ଆହତ । କଟକ ଷଷ୍ଠ ବାଟାଲିୟନ ପରିସରରେ ଆକ୍ରମଣ ର ଶିକାର ହୋଇଛନ୍ତି ପୋଲିସ କର୍ମଚାରୀ । ଆହତ ପୋଲିସ କର୍ମଚାରୀଙ୍କ ମୁଣ୍ଡ, ପିଠି ଓ ହାତରେ ଗଭୀର ଆଘାତ ଲାଗିଛି । ଚଜିକିତ୍ସା ପାଇଁ ସମସ୍ତଙ୍କୁ ଚିକିତ୍ସା କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । 

ସୂଚନାନୁସାରେ, ଗତକାଲି ରାତିରେ ବାଟାଲିୟନ କ୍ୟାମ୍ପସ ଭିତରେ ଥିବା ପୋଖରୀ କୂଳରେ ଦୁଇ ଜଣ ଯୁବକ ଓ ଯୁବତୀ ବସିଥିଲେ । ବାଟାଲିୟନର ଜଣେ ହାବିଲଦାର ସେମାନଙ୍କ ପରିଚୟ ପଚାରିବାରୁ ଉକ୍ତ ଯୁବକ ଓ ଯୁବତୀ ପାଟିତୁଣ୍ଡ କରିଥିଲେ । ସ୍ଥିତିକୁ ଦେଖି ପିସିଆର୍ ଭ୍ୟାନ୍ ପହଞ୍ଚିଥିଲା । ଯୁବକ ଜଣକ ଫୋନ କରି ନିଜର କିଛି ସାଙ୍ଗମାନଙ୍କୁ ଡକାଇ ହଙ୍ଗାମା କରିଥିଲେ । ଏହି ସମୟ ଭିତରେ ଅସାମାଜିକ ଯୁବକମାନେ ଅତର୍କିତ ଭାବରେ ପୋଲିସ କର୍ମଚାରୀମାନଙ୍କୁ ଧାରୁଆ ଅସ୍ତ୍ରରେ ସଂଘବଦ୍ଧ ଆକ୍ରମଣ କରିଥିଲେ । ଘଟଣାରେ ଚାଉଳିଆଗଞ୍ଜ ଥାନା ପୋଲିସ ମାମଲାରେ ୫ ଜଣ ଆକ୍ରମଣକାରୀ ଯୁବକଙ୍କୁ ଥାନାରେ ଅଟକ ରଖିଛି ।

 

Tags: