ପୁଅର ଛୁରା ମାଡ଼ରେ ବାପା-ମା'ଙ୍କ ସହ ୩ ପୋଲିସ କର୍ମଚାରୀ ଆହତ

ପୁଅର ଛୁରା ମାଡ଼ରେ ବାପା-ମା'ଙ୍କ ସହ ୩ ପୋଲିସ କର୍ମଚାରୀ ଆହତ
Samaya Live News Picture
Published On

ଗୋପ : ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ଗଣେଶ୍ୱରପୁର ଗାଁରେ ଅଭାବନୀୟ ଘଟଣା। ପୁଅର ଛୁରା ମାଡ଼ରେ ବାପା-ମାଆ ଆହତ ହୋଇଥିବାବେଳେ ଘଟଣା ରୋକିବାକୁ ଯାଇଥିବା ୩ ପୋଲିସ କର୍ମଚାରୀ ମଧ୍ୟ ଉତ୍ୟକ୍ତ ପୁଅ ଆକ୍ରମଣରୁ ବର୍ତ୍ତୀ ପାରି ନାହାନ୍ତି । ଗୁରୁତର ଆହତ ବାପା-ମାଆଙ୍କୁ ଉଦ୍ଧାର କରାଯାଇ ଗୋପ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ସମ୍ପର୍କରେ ଖବର ପାଇ ଗୋପ ଥାନା ପୁଲିସ ଗଣେଶ୍ୱରପୁରରେ ପହଞ୍ଚି ଅଭିଯୁକ୍ତଙ୍କୁ କାବୁ କରିବାକୁ ଉଦ୍ୟମ କରିଥିଲା। ତେବେ ଅଭିଯୁକ୍ତ ପୁଲିସ ଉପରକୁ ମଧ୍ୟ ଛୁରାମାଡ଼ କରିଥିବା ଜଣାପଡ଼ିଛି । ଘଟଣା ଘଟାଇବା ପରେ ଛୁରା ମାଡ଼ କରିଥିବା ପୁଅ ନିଜକୁ ଏକ ଘରେ ବନ୍ଦ ରଖିଛି । ତେବେ ପୁଅ ହାତରେ ଛୁରୀ ଧରିଥିବା ଯୋଗୁଁ କୌଣସି ଅଘଟଣକୁ ଏଡ଼ାଇବା ପାଇଁ ଗୋପ ପୁଲିସ କବାଟ ପାଖରେ ଛକି ରହିଛନ୍ତି ।

ଘଟଣା ଅନୁସାରେ, ଗୋପ ଥାନା ଅନ୍ତର୍ଗତ ଗଣେଶ୍ୱରପୁର ଗ୍ରାମର ରାମଚନ୍ଦ୍ର ରଥଙ୍କ ଏକମାତ୍ର ପୁଅ ବିକ୍ରମ ରଥ କୌଣସି କଥାକୁ ନେଇ ଘରେ ଝଗଡା କରିଥିଲା । ଏହାପରେ ଘରୁ ଏକ ଛୁରୀ ନେଇ ବାପାଙ୍କୁ  ଆକ୍ରମଣ କରିଥିଲେ। ପରେ ମାଆଙ୍କୁ ମଧ୍ୟ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଘଟଣାର ଖବର ପାଇ ଗୋପ ଥାନାର ୩ ଜଣ କର୍ମଚାରୀ ସେଠାରେ ପହଞ୍ଚି ପୁଅକୁ ରୋକିବାକୁ ଚେଷ୍ଟା କରୁଥିବାବେଳେ ଛୁରା ମାଡ଼ରେ ଆହତ ହୋଇଥିବା ସୂଚନା ମିଳିଛି । ଏହାପରେ ଅଭିଯୁକ୍ତ ଏକ ବନ୍ଦ କୋଠରୀ ଭିତରେ ଛୁରି ଧରି ରହିଥିବା ବେଳେ ତାଙ୍କୁ କାବୁ କରିବା ପାଇଁ ପୁଲିସ ଓ ସ୍ଥାନୀୟ ଅଗ୍ନିଶମ ବାହିନୀ କର୍ମଚାରୀ ଉଦ୍ୟମ ଜାରି ରଖିଛନ୍ତି । 

Tags: