ନବୋଦୟ ବିଦ୍ୟାଳୟର ୩ଜଣ କର୍ମଚାରୀ ନିଲମ୍ବିତ

ନବୋଦୟ ବିଦ୍ୟାଳୟର ୩ଜଣ କର୍ମଚାରୀ ନିଲମ୍ବିତ
Samaya Live News Picture
Published On

କୋରାପୁଟ: କୋଲାବ ଜଳଭଣ୍ଡାରରେ ଛାତ୍ର ମୃତ୍ୟୁ ଘଟଣା । ନବୋଦୟ ବିଦ୍ୟାଳୟର ୩ଜଣ କର୍ମଚାରୀଙ୍କୁ ନିଲମ୍ବନ  କଲେ କର୍ତୃପକ୍ଷ ।  ନିଲମ୍ବିତ ଶିକ୍ଷକ ମାନେ ହେଲେ  ପଦାର୍ଥ ବିଜ୍ଞାନ ଶିକ୍ଷକ ଚମନ୍ କୁମାର, କ୍ରୀଡ଼ା ଏବଂ ଶାରୀରିକ ଶିକ୍ଷା ଶିକ୍ଷକ ରାହୁଲ ସିଂ ଓ ହଷ୍ଟେଲ ଦାୟିତ୍ୱରେ ଥିବା କର୍ମଚାରୀର ଈଶ୍ଵର । ନବୋଦୟ ବିଦ୍ୟାଳୟର ଭୋପାଳ ସ୍ଥିତ ଆଞ୍ଚଳିକ ବିଭାଗୀୟ କାର୍ଯ୍ୟାଳୟ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ବିଦ୍ୟାଳୟର ଅଧକ୍ଷା ସୂଚନା ଦେଇଛନ୍ତି l  ଗତ ଶନିବାର କୋଲାବ ଜଳଭଣ୍ଡାରରେ ଦଶମ ଶ୍ରେଣୀର ତିନି ଛାତ୍ର ପାଣିରେ ବୁଡ଼ି ମୃତ୍ୟୁ ବରଣ କରିଥିଲେ । ସମସ୍ତେ ପିଏମଶ୍ରୀ ଜବାହର ନବୋଦୟ ବିଦ୍ୟାଳୟର ଛାତ୍ର ଥିଲେ । 

କୋରାପୁଟ ଜିଲ୍ଲା କଲେକ୍ଟର ମନୋଜ ସତ୍ୟବାନ ମହାଜନଙ୍କ ନିର୍ଦ୍ଦେଶରେ ଜିଲ୍ଲା ପ୍ରଶାସନର ଏକ ଚାରି ଜଣିଆ ଦଳ ରବିବାର ଏହି ଘଟଣାର ତଦନ୍ତ ପାଇଁ ପ୍ରତିଷ୍ଠାନ ପରିଦର୍ଶନ କରିଥିଲେ। ସ୍ଥାନୀୟ ତହସିଲଦାରଙ୍କ ତତ୍ତ୍ୱାବଧାନରେ ଛାତ୍ରଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି  ।

Tags: