ଆଶ୍ରମ ବିଦ୍ୟାଳୟରୁ ନିଖୋଜ ୩ ଛାତ୍ରୀ ଉଦ୍ଧାର

ଆଶ୍ରମ ବିଦ୍ୟାଳୟରୁ ନିଖୋଜ ୩ ଛାତ୍ରୀ ଉଦ୍ଧାର

କୋରାପୁଟ : ବୋରିଗୁମ୍ମା ଆଶ୍ରମ ସ୍କୁଲରୁ ନିଖୋଜ ୩ ଛାତ୍ରୀ ଉଦ୍ଧାର । ଶନିବାର ସକାଳୁ ପୋଲିସ ସେମାନଙ୍କୁ ଉଦ୍ଧାର କରିଛି । ଖ୍ରୀଷ୍ଟ ମାସ ଛୁଟି ପରେ ଘରକୁ ଯାଇ ଶୁକ୍ରବାର ଅପରାହ୍ନ ରେ ଫେରିଥିଲେ ଛାତ୍ରୀମାନେ । ଅଭିଭାବକ ସ୍କୁଲରେ ଛାଡ଼ିବାର ମାତ୍ର ଅଧଘଣ୍ଟା ପରେ ସେମାନେ ନିଖୋଜ ହୋଇଯାଇଥିଲେ । ଏନେଇ ବିଦ୍ୟାଳୟ କର୍ତୃପକ୍ଷ ପ୍ରଥମେ ଅଭିଭାବକଙ୍କୁ ଜଣାଇବା ପରେ ପୋଲିସରେ ସୂଚନା ଦେଇଥିଲେ । ନିଖୋଜ ତିନି ଛାତ୍ରୀ ଜୟପୁର ବ୍ଲକ ଅଞ୍ଚଳର ହୋଇଥିବା ଜଣାପଡ଼ିଛି । 

ସମ୍ବନ୍ଧିତ ଖବର ଯଥେଷ୍ଟ ତେଲ ମହଜୁଦ୍ ଅଛି - ଯୋଗାଣମନ୍ତ୍ରୀ

ସୂଚନା ଅନୁସାରେ, ଖ୍ରୀଷ୍ଟମାସ ଛୁଟି କାଟିବା ପାଇଁ ପଢ଼େଇଗୁଡ଼ା ଆଶ୍ରମ ବିଦ୍ୟାଳୟର ସମସ୍ତ ଅନ୍ତେବାସୀ ଘରକୁ ଯାଇଥିଲେ । ଗତକାଲି ଅପରାହ୍ନରେ ଅଭିଭାବକମାନେ ୩ ଜଣ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ପୁଣି ଥରେ ବିଦ୍ୟାଳୟରେ ଛାଡ଼ିକି ଯାଇଥିଲେ । ହେଲେ ତିନି ଛାତ୍ରୀ ଅଭିଭାବକଙ୍କୁ ଅନୁସରଣ କରି ବିଦ୍ୟାଳୟରୁ ବାହାରି ଯାଇ ବାଟ ହୁଡ଼ି ଯାଇଥିଲେ । ପିଲା ନିଖୋଜ ଥିବା ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଅଭିଭାବକଙ୍କୁ ଜଣାଇବା ପରେ ବୋରିଗୁମ୍ମା ଥାନାରେ ଅଭିଯୋଗ କରିଥିଲେ । 

ସମ୍ବନ୍ଧିତ ଖବର ଘରୁ ଡ଼ାକିନେଇ ଯୁବକଙ୍କୁ ହତ୍ୟା

ପୋଲିସ ଗତକାଲିଠାରୁ ଖୋଜା ଖୋଜି ଆରମ୍ଭ କରିଦେଇଥିଲା । ଶେଷରେ ବିଦ୍ୟାଳୟ ଠାରୁ ପ୍ରାୟ ୩ କିମି ଦୂରରେ ଏକ କୁଡ଼ିଆରୁ ସମସ୍ତ ନିଖୋଜ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ସ୍ଥାନୀୟ ଲୋକଙ୍କ ସୂଚନା ଆଧାରରେ ପୋଲିସ ପିଲାମାନଙ୍କୁ ଉଦ୍ଧାର କରିଛି । 

ସମ୍ବନ୍ଧିତ ଖବର କଂଗ୍ରେସ ସହ ହୋଇଛି ସାମୟିକ ଡ଼ିଲ - ସଂତୃପ୍ତ ମିଶ୍ର

Tags: