୩ ନାବାଳିକାଙ୍କ ସଲିଳ ସମାଧି

୩ ନାବାଳିକାଙ୍କ ସଲିଳ ସମାଧି
Samaya Live News Picture
Published On

ଉମରକୋଟ : ଗାଧୋଇବାବେଳେ ପୋଖରୀରେ ବୁଡି ୩ ନାବାଳିକାଙ୍କ ମୃତ୍ୟୁ । ଦୁଇ ନାବାଳିକା ଭଉଣୀଙ୍କ ସମେତ ଜଣେ ସାଙ୍ଗର ମୃତ୍ୟୁ ଘଟିଛି । ଘଟଣା ଘଟିଛି ଉମରକୋଟ ବ୍ଲକ କୁର୍ସି ଗାଁ ଉପରପାରାରେ । ମୃତକ ମାନେ ହେଲେ ୨ ଭଉଣୀ ସନ୍ଧ୍ୟା ଗଣ୍ଡ, ସଞ୍ଜିତା ଗଣ୍ଡ ଏବଂ ଅନ୍ୟଜଣେ ସାଙ୍ଗ ଭୂମିକା ଗଣ୍ଡ । ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ବୟସ ୬ ବର୍ଷ ହୋଇଥିବାବେଳେ ଜଣଙ୍କର ବୟସ ୫ ବର୍ଷ ବୋଲି ଜଣାପଡିଛି । ତିନି ଜଣ ଝିଅ ସ୍କୁଲରୁ ଫେରି ପୋଖରୀକୁ ଗାଧୋଇବାକୁ ଯାଇଥିଲା ବେଳେ ଅସାବଧାନତା ଯୋଗୁ ପାଣିରେ ବୁଡି ଯାଇଥିଲେ । ଅଘଟଣ ନେଇ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଛି । ସେପଟେ ତିନିଜଣଙ୍କ ମୃତ୍ୟୁଙ୍କୁ ନେଇ ସାରା ଗାଁରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି ।

 

Tags: