୨ ବାଇକ ଧକ୍କାରେ ୩ ମୃତ

୨ ବାଇକ ଧକ୍କାରେ ୩ ମୃତ

ରାୟଗଡ଼ା : ଦିନକୁ ଦିନ ରାଜ୍ୟରେ ବଢି ଚାଲିଛି ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ, ଆଜି ପୁଣି ୨ ବାଇକ ମହାଁମୁହିଁ ଧକ୍କା ହୋଇ ୩ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ଆଜି ସକାଳେ ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅର୍ନ୍ତଗତ ଦୁର୍ଗୀ ଜଗନ୍ନାଥ ମନ୍ଦିର ସାମ୍ନାରେ ୨ଟି ବାଇକ ଦୁର୍ଘଟଣାରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକମାନେ ହେଲେ ରାମନାଗୁଡା ବ୍ଲକ ଡମପଲିସି ଗାଁର ଆକାଶ ମଣ୍ଡାଙ୍ଗୀ, ଥେରୁବାଲି ବୁରୁଜୁଗୁଡା ଗାଁର ବିରିସିଙ୍ଗ ହିକକା । ତେବେ ଅନ୍ୟ ଜଣେ ମୃତକଙ୍କ ପରିଚୟ ମିଳିପାରିନାହିଁ । ଭରତ ସିକକା ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଦୁର୍ଗୀ ଠାରେ ଚାଲିଥିବା ଦୋଳଯାତ୍ରା ଦେଖି ଫେରୁଥିବା ବେଳେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣାପଡିଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି  ।

ସମ୍ବନ୍ଧିତ ଖବର ଭକ୍ତ ଦାସଙ୍କ ସହ ଫୋନରେ ଏବଂ ବିଜୟ ମହାପାତ୍ରଙ୍କୁ ଭେଟିଲେ ଦିଲ୍ଲୀପ ରାୟ

 

ସମ୍ବନ୍ଧିତ ଖବର ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ ମାମଲାରେ ସମସ୍ତ ଅଭିଯୁକ୍ତଙ୍କ ଜାମିନ ମଞ୍ଜୁର

Tags: