କର୍ତ୍ତବ୍ୟର ଅବହେଳା ପାଇଁ ୩ ବନ କର୍ମଚାରୀ ନିଲମ୍ବିତ
କେନ୍ଦୁଝର:କର୍ତ୍ତବ୍ୟରେ ଅବହେଳା ପାଇଁ ୩ ବନ କର୍ମଚାରୀ ସସପେଣ୍ଡ । ବନାଞ୍ଚଳରେ ବ୍ୟାପୁଥିବା ନିଆଁକୁ ନିୟନ୍ତ୍ରଣ କରିବାର ବିଫଳ ହେବାରୁ ମଙ୍ଗଳବାର ଘଟଗାଁ ବନାଞ୍ଚଳର ୩ ବନ ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି ଡିଏଫ୍ଓ ଏଚଡି ଧନରାଜ । କେନ୍ଦୁଝର ବନବିଭାଗ ମୁଖ୍ୟାଳୟରେ ଅନୁପସ୍ଥିତି ଓ ଅଗ୍ନି ପରିଚାଳନାରେ ଅବହେଳା ଯୋଗୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କେନ୍ଦୁଝର ଫରେଷ୍ଟର ପ୍ରମୋଦ ବେହେରା, ଘଟଗାଁ ଫରେଷ୍ଟର ବିଶ୍ବରଂଜନ ମିଶ୍ର ଏବଂ ଫରେଷ୍ଟ ଗାର୍ଡ ହୃଦାନନ୍ଦ ମହାନ୍ତିଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି। ବନ କର୍ମଚାରୀମାନେ ସଠିକ୍ ଭାବେ ଡ୍ୟୁଟି କରୁନଥିବାରୁ ଘଟଗାଁ ଏବଂ ପାଟଣା ରେଞ୍ଜରେ ଏକର ଏକର ଜଙ୍ଗଲ ପୋଡ଼ି ପାଉଁଶ ହୋଇଯାଇଛି । ହାତୀମାନଙ୍କ ଦ୍ବାରା ଫସଲ ହାନିଜନିତ କ୍ଷୟକ୍ଷତି ଆକଳନରେ ମଧ୍ୟ ଅବହେଳା କରିଥିବା ଜଣାପଡିଛି । କର୍ତ୍ତବ୍ୟ ସମୟରେ ନିଶା ସେବନ ଏବଂ ବନ୍ୟପ୍ରାଣୀଙ୍କ ଯୋଗୁଁ ଫସଲ କ୍ଷୟକ୍ଷତି ରିପୋର୍ଟ ପ୍ରଦାନରେ ବିଳମ୍ବତା ଯୋଗୁଁ ୩ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ନିଲମ୍ବନ ସମୟରେ ବନ କର୍ମଚାରୀମାନେ ମୁଖ୍ୟାଳୟରେ କର୍ତ୍ତବ୍ୟ ତୁଲାଇବେ ବୋଲି କୁହାଯାଇଛି ।



