ଓଡ଼ିଶାର ୩ ସହର ଦେଶର ସବୁଠାରୁ ଅଧିକ ପ୍ରଦୂଷିତ
By: Samaya Live News
ଭୁବନେଶ୍ୱର : ଚିନ୍ତା ବଢ଼ାଉଛି ବାୟୁ ପ୍ରଦୂଷଣ । ପ୍ରଦୂଷଣରେ ରାଜଧାନୀ ଦିଲ୍ଲୀକୁ ଟପିଗଲା ଓଡିଶା । ଦେଶର ୫ଟି ପ୍ରଦୂଷିତ ସହର ମଧ୍ୟରୁ କେବଳ ଓଡ଼ିଶାରେ ରହିଛି ୩ ଟି । ବାଲେଶ୍ୱର ହେଉଛି ଦେଶର ସବୁଠାରୁ ଅଧିକ ପ୍ରଦୂଷିତ ସହର । ବାଲେଶ୍ୱରର AQI (ଏୟାର କ୍ୱାଲିଟି ଇଣ୍ଡେକ୍ସ) ରହିଛି ୩୩୬ । ତା'ପଛକୁ ୨ୟରେ ରହିଛି ତାଳଚେର । ଏହାର AQI ରହିଛି ୩୨୪ । ସେହିପରି ୫ମ ପ୍ରଦୂଷିତ ସହର ଭାବରେ ବାରିପଦା ସହର ରହିଛି । ଏହାର AQI ରହିଛି ୩୦୪ । ଏହି ତିନୋଟି ଯାକ ସହରରେ ବାୟୁର ମାନ ଅତି ଖରାପ ସ୍ତରରେ ରହିଛି, ଯାହା ଜନସାଧାରଣଙ୍କ ସ୍ୱାସ୍ଥ୍ୟ ପାଇଁ ଗୁରୁତର ବିପଦ ସୃଷ୍ଟି କରିପାରେ ।
ସମ୍ବନ୍ଧିତ ଖବର ବାୟୁ ପ୍ରଦୂଷଣ ପାଇଁ ଭୁବନେଶ୍ୱରରେ ଲାଗିବ ଏୟାର ପ୍ୟୁରିଫାୟର
ସେପଟେ,ପ୍ରଦୂଷଣ ତାଲିକାରେ ତଳକୁ ଖସିଛି ନୂଆଦିଲ୍ଲୀ । ଆଜି ଦିଲ୍ଲୀର AQI ରହିଛି ମାତ୍ର ୨୧୮ । ଅର୍ଥାତ ଦିଲ୍ଲୀ ତୁଳନାରେ ଓଡ଼ିଶାର ଏହି ସହରଗୁଡ଼ିକର ବାୟୁ ଅଧିକ ବିଷାକ୍ତ ହୋଇପଡ଼ିଛି । ଦେଶର ଅନ୍ୟ ଦୁଇ ପ୍ରଦୂଷିତ ସହର ମଧ୍ୟରେ ପଶ୍ଚିମବଙ୍ଗର ହଳଦିଆ ର AQI ୩୧୯ ରହିଥିବାବେଳେ ପଞ୍ଜାବର ରୂପନଗର AQI ୩୧୧ ରହିଛି ।
ସମ୍ବନ୍ଧିତ ଖବର ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
Tags:



