୧୧୧ କୋଟି ବ୍ୟୟରେ ନିର୍ମାଣ ହେବ ୩ ଟି ବାଇପାସ ଓ ଅଣ୍ଡରପାସ

୧୧୧ କୋଟି ବ୍ୟୟରେ ନିର୍ମାଣ ହେବ ୩ ଟି ବାଇପାସ ଓ ଅଣ୍ଡରପାସ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଆଜି ନୂଆଦିଲ୍ଲୀରେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀଙ୍କୁ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଏହି ଅବସରରେ ଖୋର୍ଦ୍ଧାରେ ୩ଟି ବାଇପାସ ଓ ଅଣ୍ଡରପାସ ନିର୍ମାଣ ପ୍ରସଙ୍ଗ ଉଠାଇଥିଲେ ଅପରାଜିତା ଷଡ଼ଙ୍ଗୀ ।  ନିଜର ସଂସଦୀୟ କ୍ଷେତ୍ର ପାଇଁ ୩ଟି ବାଇପାସ୍ ଓ ଅଣ୍ଡରପାସ୍ ନିର୍ମାଣ ପାଇଁ ଦାବି ରଖିଥିବା ବେଳେ ଏହାକୁ ଅନୁମୋଦନ ମିଳିଥିବା ଅପରାଜିତା ଷଡଙ୍ଗୀ ସୂଚନା ଦେଇଛନ୍ତି । ୧୧୧ କୋଟି ଟଙ୍କା ବ୍ୟୟରେ ତିଆରି ହେବ ବାଇପାସ୍ ଓ ଅଣ୍ଡରପାସ୍ । 

ସମ୍ବନ୍ଧିତ ଖବର ନାବାଳିକା ବଳାତ୍କାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ

ଖୋର୍ଦ୍ଧା ଜିଲ୍ଲାରେ ବଢୁଥିବା ଯାତାୟତକୁ ଦୃଷ୍ଟିରେ ରଖି ବେଗୁନିଆ, ସୁନାଖେଳା ଓ ପୁବୁଶାହୀରେ ୩ଟି ବାଇପାସ୍ ନିର୍ମାଣ, ଏନ୍‌ଏଚ୍ ୫୭ର ଅତ୍ରି ଓ ବାଘମାରି ନିକଟରେ ଅଣ୍ଡରପାସ୍ ନିର୍ମାଣ ପାଇଁ ଲିଖିତ ଭାବେ ଦାବି ରଖିଥିଲେ ।  ଖୋର୍ଦ୍ଧା-ନୟାଗଡ଼ ରାସ୍ତା ପ୍ରାୟ ୬୫ କି.ମି.କୁ ୪ ଲେନ୍ କରିବା । ଏହାସହିତଖୋର୍ଦ୍ଧା-ନୟାଗଡ଼ ରାସ୍ତା ୪ ଲେନ୍ ଯଥାବିଧି ପ୍ରକ୍ରିୟା ଅନୁସାରେ କରାଯିବ ବୋଲି ସାଂସଦ କହିଛନ୍ତି ।

ସମ୍ବନ୍ଧିତ ଖବର ଏସ୍‌ମା କୁ ନାହିଁ ଖାତିର, ଜିଦ ରେ ଓମ୍‌ସା

Tags: