ନଦୀରେ ବୁଡ଼ିଗଲେ ୩ ଭାଇ , ଜଣେ ମୃତ, ଜଣେ ନିଖୋଜ ଜଣେ ଉଦ୍ଧାର

ନଦୀରେ ବୁଡ଼ିଗଲେ ୩ ଭାଇ , ଜଣେ ମୃତ, ଜଣେ ନିଖୋଜ ଜଣେ ଉଦ୍ଧାର
Samaya Live News Picture
Published On

କେନ୍ଦୁଝର : ଗାଧୋଇବା ବେଳେ ନଦୀରେ ବୁଡ଼ିଗଲେ ୩ ନାବାଳକ ଭାଇ । ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଭାଇ ନିଖୋଜ ଅଛନ୍ତି ଏବଂ ଘଟଣା ସ୍ଥାରୁ ଜଣକୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ତେଲି ଅର୍ଶଳା ଗାଁ ମୁସଲିମ ବସ୍ତିରେ ଘଟିଛି ଅଘଟଣ । ମହମ୍ମଦ ମହିବୁର ରହେମନଙ୍କ ଦୁଇ ନାବାଳକ ସମେତ ସେହି ଗାଁର ଅନ୍ୟଜଣେ ନାବାଳକ ଆରଡେଇ ନଦୀକୁ ଗାଧେଇବାକୁ ଯାଇଥିଲେ । ଅସାବଧାନତାରୁ ୩ ଜଣ ନଦୀରେ ବୁଡ଼ି ଯାଇଥିଲେ । ଘଟଣାସ୍ଥଳରେ ଖୁମ୍ପୁରା ପୋଲିସ ସମେତ ଅଗ୍ନିଶମ ବାହିନୀ ଖୋଜାଖୋଜି କରିବା ପରେ ମହମ୍ମଦ ମହିବୁରଙ୍କ ସାନ ପୁଅର ମୃତଦେହ ଉଦ୍ଧାର କରିବା ସହ ପଡୋଶୀ ନାବାଳଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । କିନ୍ତୁ ବଡପୁଅ ଅହମ୍ମଦର ଏଯାଏ ପତ୍ତା ମିଳିନାହିଁ । ବର୍ତ୍ତମାନସୁଦ୍ଧା ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

 

 

 

Tags: