କେନ୍ଦ୍ରାପଡ଼ାରୁ ୩ ବାଂଲାଦେଶୀ ଦେଶାନ୍ତର

କେନ୍ଦ୍ରାପଡ଼ାରୁ ୩ ବାଂଲାଦେଶୀ ଦେଶାନ୍ତର

କେନ୍ଦ୍ରାପଡା : ଅନୁପ୍ରବେଶକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ । କେନ୍ଦ୍ରାପଡ଼ାରୁ ଦେଶାନ୍ତର ହେଲେ ୩ ବାଂଲାଦେଶୀ । ଶୁକ୍ରବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁପ୍ରବେଶକାରୀ ଯାଞ୍ଚ ଅଭିଯାନ ବେଳେ ଏହି ୩ ଜଣ ଚିହ୍ନଟ ହୋଇଥିଲେ । ୬୫ ବର୍ଷୀୟ ମୁମତାଜ ଖାନ, ୫୯ ବର୍ଷୀୟ ଇନସାନ ଖାନ ଓ ୭୦ ବର୍ଷୀୟା ଅମିନା ବିବି l ସମ୍ପର୍କରେ ଏମାନେ ଦୁଇ ଭାଇ ଓ ଭଉଣୀ ବୋଲି ଜଣାପଡିଛି  l ତେବେ ଦୀର୍ଘ ୨୧ ବର୍ଷ ହେବ ସେମାନେ ଏଠାରେ ସ୍ଥାୟୀ ଭାବରେ ରହୁଥିଲେ I ୧୯୮୭ ମସିହା ପୂର୍ବରୁ ଏହି ପରିବାରର ୫ ଜଣ ସଦସ୍ୟ ଭାରତକୁ ଅନୁପ୍ରବେଶ କରିଥିଲେ । ୫ ଜଣଙ୍କ ମଧ୍ୟରୁ ୩ ଭାଇ ଭାଉଣୀଙ୍କୁ ଦେଶାନ୍ତର କରାଯାଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି  l

ସମ୍ବନ୍ଧିତ ଖବର ରାଉରକେଲାରେ OMC ପାଭିଲିୟନ୍ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ସୂଚନାନୁସାରେ, ୨୦୨୫ ନଭେମ୍ବର ୨୭ରେ ଜିଲାର ବିଭିନ୍ନ ସ୍ଥାନରେ ରହି ଆସୁଥିବା ୧୨ ଜଣିଆ ପରିବାର ସଦସ୍ୟଙ୍କୁ ଅନୁପ୍ରବେଶକାରୀ ସନ୍ଦେହରେ ଜିଲା ପୋଲିସ ଅଟକ ରଖିଥିଲା। ୭ ଦିନ ମଧ୍ୟରେ ଅଟକଙ୍କ ମଧ୍ୟରୁ ପରିଚୟ ପତ୍ର ସଂଗ୍ରହ କରି ୯ ଜଣଙ୍କୁ ଛାଡି ଦେଇଥିଲା। ତେବେ ଏହି ୩ ଜଣ ପରିଚୟ ପତ୍ର ଦେଇ ନ ପାରିବାରୁ ସେମାନଙ୍କୁ ଅଟକ ରଖାଯାଇଥିଲା। 

ସମ୍ବନ୍ଧିତ ଖବର ବରିଷ୍ଠ ନାଗରିକଙ୍କୁ ପୁରୀ ବୁଲାଇବେ ରାଜ୍ୟ ସରକାର

୩ ଦେଶାନ୍ତରଙ୍କ ମଧ୍ୟରୁ ଦୁଇଭାଇ ମୁମତାଜ ଖାନ ଓ ଇନସାନ ଖାନ ସଦର ଥାନା ଅନ୍ତର୍ଗତ କପାଳେଶ୍ୱର୍ ପଂଚାୟତର ଗରାପୁର୍ ବସ୍ତିରେ ରହୁଥିବା ବେଳେ ଭଉଣୀ ଅମିନା ବିବି ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ଅରୁଣ ନଗରରେ ରହୁଥିଲେ l ଏହି ୩ ଅନୁପ୍ରବେଶକାରୀଙ୍କୁ ପ୍ରଥମେ ଭୁବନେଶ୍ବର ପରେ ଦିଲ୍ଲୀ ସ୍ଥିତ କେନ୍ଦ୍ର ସରକାରଙ୍କ ଅସ୍ଥାୟୀ ଡିଟେନସନ଼ ସେଣ୍ଟରକୁ ପାଠାଯାଇଥିଲା  l ଆବଶ୍ୟକୀୟ ଯାଞ୍ଚ ପରେ ସେମାନଙ୍କୁ ସୀମା ସୁରକ୍ଷା ବାହିନୀଙ୍କୁ ହସ୍ତାନ୍ତର କରାଯାଇଛି। ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ କେନ୍ଦ୍ର ଗୃହ ବିଭାଗ ପକ୍ଷରୁ ଡିଜିଙ୍କୁ ନିର୍ଦ୍ଦେଶ ଆସିଥିଲା । ଗତ ସେପ୍ଟେମ୍ବରରେ ମୁଖ୍ୟମନ୍ତ୍ରୀଙ୍କ କେନ୍ଦ୍ରାପଡା ଗସ୍ତ ବେଳେ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ଦେଶାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେବେଠାରୁ ଆରମ୍ଭ ହୋଇଥିଲା ଯାଞ୍ଚ ପ୍ରକ୍ରିୟା । ତେବେ ଏହି ଦେଶାନ୍ତର ନେଇ ପୋଲିସ ପକ୍ଷରୁ କୌଣସି ସୂଚନା ମିଳି ନାହିଁ l 

ସମ୍ବନ୍ଧିତ ଖବର ଆଜି ୮ ଘଣ୍ଟିଆ ଓଡିଶା ବନ୍ଦ,ଦୈନନ୍ଦିନ କାର୍ଯ୍ୟଧାରା ପ୍ରଭାବିତ

Tags: