ଏପ୍ରିଲ ୮ରୁ ୨ୟ ପର୍ଯ୍ୟାୟ ଗଣତି ମଣତି

 ଏପ୍ରିଲ ୮ରୁ ୨ୟ ପର୍ଯ୍ୟାୟ ଗଣତି ମଣତି
Samaya Live News Picture
Published On

ଭୁବନେଶ୍ୱର  :  ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି କୁ ନେଇ ବଡ଼ ଅପଡେଟ । ଏପ୍ରିଲ ୮ରୁ ୨ୟ ପର୍ଯ୍ୟାୟ ଗଣତି ମଣତି କରାଯିବ । ଆସନ୍ତା ୮, ୯ ଏବଂ ୧୦ ତାରିଖରେ ବାହାର ରତ୍ନଭଣ୍ଡାରର ୨ୟ ପର୍ଯ୍ୟାୟ ଗଣତିମଣତି ହେବ । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ମାର୍ଚ୍ଚ ୨୫ ତାରିଖରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଗଣତିମଣତି ହୋଇଥିଲା । ପ୍ରଥମ ପର୍ଯ୍ୟାୟ ଗଣତି ସୁରୁଖୁରରେ ସରିଥିବା ବେଳେ ଏବେ ୨ୟ ପର୍ଯ୍ୟାୟ ଗଣତି ମଣତି ହେବ । ଏପ୍ରିଲ ମାସରେ ତିନି ଦିନ ଧରି ବାହାର ରତ୍ନଭଣ୍ଡାରରେ ଗଣତି ମଣତି କରାଯିବ । ସେଥିପାଇଁ ତାରିଖ ମଧ୍ୟ ଧାର୍ଯ୍ୟ କରାଯାଇଛି । ଏହି ଗଣତି ମଣତି ଦିନ ଯେପରି ମହାପ୍ରଭୁଙ୍କ ଦର୍ଶନ କିମ୍ବା ଠାକୁରଙ୍କ ନୀତିକାନ୍ତି କୌଣସି ପରିସ୍ଥିତିରେ ବାଧାପ୍ରାପ୍ତ ନହେବ, ସେନେଇ ଆଲୋଚନା ସରିଛି । ସମସ୍ତ ପ୍ରକାରର ପ୍ରସ୍ତୁତି ମଧ୍ୟ ଚାଲିଛି । ସମସ୍ତ ପ୍ରସ୍ତୁତି ପରେ ଭିତର ରତ୍ନଭଣ୍ଡାର ଗଣତି ମଣତି ହେବ । ଆଶା କରାଯାଉଛି ସବୁ କାମ ଠିକଣା ସମୟରେ ସରିଯିବ ।

ମନ୍ତ୍ରୀ ଆହୁରି କହିଛନ୍ତି ୨୫ ତାରିଖରେ ରତ୍ନଭଣ୍ଡାର ଗଣତିମଣତି ଆରମ୍ଭ ହୋଇଥିଲା। ଶ୍ରୀଅଙ୍ଗ ଲାଗି ହୋଇଥିବା ରାହୁରେଖା ଓ ସୁନାଚିତାକୁ ଛାଡ଼ିଦେଲେ ପ୍ରଥମ ଦିନରେ ଚଳନ୍ତି ଭଣ୍ଡାର ଗଣତି ମଣତି ଶେଷ ହୋଇଛି । ସେ ସବୁକୁ ୧୯୭୮ ମସିହାର ରତ୍ନ ତାଲିକା ସହ ମେଳକ କରାଯାଇଛି । ପରବର୍ତ୍ତୀ ପର୍ଯ୍ୟାୟରେ ଶ୍ରୀଅଙ୍ଗ ଲାଗି ଅଳଙ୍କାର ଗଣାଯିବା ଅଳଙ୍କାର ସବୁ ଅଲଗା ଅଲଗା ସିନ୍ଦୁକରେ ରଖାଯିବା ସହ ସବୁ ରତ୍ନର କାଟାଲଗ୍ ପ୍ରସ୍ତୁତ କରାଯାଇଛି।

Tags: