ସୁବର୍ଣ୍ଣରେଖାରେ ୨ୟ ବନ୍ୟା, ରାଜଘାଟ ଠାରେ ବିପଦ ସଙ୍କେତ ଟପିଲା ଜଳସ୍ତର
ଜଳେଶ୍ୱର : ଉତ୍ତର ଓଡିଶାକୁ ପିଛା ଛାଡ଼ୁନି ବନ୍ୟା । ପ୍ରଥମ ବନ୍ୟା ପାଣି ନଛାଡ଼ୁଣୁ ପୁଣି ୨ୟ ଥର ସୁବର୍ଣ୍ଣରେଖା ନଦୀରେ ଦେଖା ଦେଇଛି ବନ୍ୟା ସ୍ଥିତି । ରାଜଘାଟ ଠାରେ ବିପଦ ସଂକେତ ଉପରେ ରହିଛି ଜଳସ୍ତର । ବିପଦ ସଂକେତ ୧୦.୩୬ ଥିବାବେଳେ ଜଳସ୍ତର ୧୦.୫୦ ମିଟର ରହିଛି । ଚଳିତ ବର୍ଷ ସୁବର୍ଣ୍ଣରରେଖା ନଦୀରେ ଏହା ହେଉଛି ଦ୍ୱତୀୟ ବନ୍ୟା ପାଣି । ଫଳରେ ତଳି ଅଞ୍ଚଳରେ ପୁଣି ଥରେ ବଢିଛି ବନ୍ୟା ଭୟ । ପ୍ରଥମ ବନ୍ୟା ଗତ ଅଗଷ୍ଟ ୧୪ ତାରିଖରେ ଆସିଥିଲା ।
ଗତକାଲି ବାଲେଶ୍ୱର ଜିଲ୍ଲପାଳ ଓ ରାଜ୍ୟ ଯୋଗାଣ ନିଗମର ନିର୍ଦ୍ଦେଶକ ଭୋଗରାଇ ଗସ୍ତ କରି ବିଭିନ୍ନ ବାତ୍ୟା ଆଶ୍ରୟ ସ୍ଥଳୀରେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ସମସ୍ତ ସରକାରୀ ଅଧିକାରୀ ମାନଙ୍କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସୁବର୍ଣ୍ଣରେଖା ନଦୀର ରାଜଘାଟଠାରେ ସତର୍କ ସୂଚନା ଉପରେ ପ୍ରବାହିତ ହେଉଛି ।
Tags:




