ରାଜ୍ୟରେ ନିଖୋଜ ଅଛନ୍ତି ୨୯୭୫ ଜଣ ଶିଶୁ

ରାଜ୍ୟରେ ନିଖୋଜ ଅଛନ୍ତି ୨୯୭୫ ଜଣ ଶିଶୁ

ଭୁବନେଶ୍ୱର : ରାଜ୍ୟରେ ଆଜି ସୁଦ୍ଧା ନିଖୋଜ ଅଛନ୍ତି ୨୯୭୫ ଶିଶୁ । ବିଧାୟକ ଅଖିଳ ଚନ୍ଦ୍ର ନାୟକଙ୍କ ପ୍ରଶ୍ନର ଗୃହରେ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ୨୦୨୪ରୁ ଆଜି ଯାଏଁ ୧୧,୩୩୭ ନିଖୋଜ ଅଭିଯୋଗ ପଞ୍ଜିକୃତ ହୋଇଛି । ସେଥିରୁ ୮୩୬୨ ଶିଶୁ ଉଦ୍ଧାର ହୋଇଛନ୍ତି । 

Read More ମାଧୁରୀ ଦୀକ୍ଷିତ ନେଇଛନ୍ତି ୧ କୋଟି ୬୦ ଲକ୍ଷ

ରିପୋର୍ଟ ଅନୁଯାୟୀ ଖୋର୍ଦ୍ଧାରେ ସର୍ବାଧିକ ୭୮୫ ମାମଲାରୁ ୫୭୬ ଶିଶୁ ଉଦ୍ଧାର । ବାଲେଶ୍ୱରରେ ୬୮୩ ମାମଲା ମଧ୍ୟରୁ ୧୧୪ ଶିଶୁ ଉଦ୍ଧାର । ବଲାଙ୍ଗିରରେ ୩୯୪ ମାମଲାରୁ ୨୩୯ ଶିଶୁ ଉଦ୍ଧାର । ଭଦ୍ରକ ୪୧୨ ରୁ ୩୫୧ ଶିଶୁ ଉଦ୍ଧାର । କଟକରେ ୪୫୦ରୁ ୩୫୦ ଶିଶୁ ଉଦ୍ଧାର। ଜଗତସିଂହପୁରରୁ ୨୫୭ରୁ ୧୩୦ ଶିଶୁ ଉଦ୍ଧାର ହୋଇଛନ୍ତି। ସେହିପରି ଅନ୍ୟ ଜିଲ୍ଲା ମାନଙ୍କର ରିପୋର୍ଟ ମଧ୍ଯ ଉପସ୍ଥାପନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ। 
 

Read More ଶୁଭମିତ୍ରା ହତ୍ୟା ମାମଲା, ୬୮୦ ପୃଷ୍ଠାର ଚାର୍ଜ ଶିଟ ଦାଖଲ

Tags: