ରଥଯାତ୍ରା ପାଇଁ ୨୩ ଜଣ ଓଏଏସ୍ ଙ୍କୁ ପୁରୀ ଜିଲ୍ଲାରେ ସ୍ପେଶାଲ୍ ଡ୍ୟୁଟି

ରଥଯାତ୍ରା ପାଇଁ ୨୩ ଜଣ ଓଏଏସ୍ ଙ୍କୁ ପୁରୀ ଜିଲ୍ଲାରେ ସ୍ପେଶାଲ୍ ଡ୍ୟୁଟି
Samaya Live News Picture
Published On

ପୁରୀ : ବିଶ୍ୱପ୍ରସିଦ୍ଧ ରଥଯାତ୍ରା-୨୦୨୬କୁ ସୁରକ୍ଷିତ ଓ ସୁପରିଚାଳିତ କରିବା ପାଇଁ ୨୩ ଜଣ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଅଧିକାରୀଙ୍କୁ ପୁରୀ ଜିଲ୍ଲାରେ ଏକ୍ସିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଭାବେ ନିଯୁକ୍ତ  ସରକାର  । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ମଙ୍ଗଳବାର ବିଜ୍ଞପ୍ତି ଜାରି କରାଯାଇଛି । 

ବିଜ୍ଞପ୍ତି ଅନୁଯାୟୀ, ରଥଯାତ୍ରା ପରିଚାଳନା ପାଇଁ ପୂର୍ବରୁ ପୁରୀରେ ଅଫିସର ଅନ୍ ସ୍ପେଶାଲ୍ ଡ୍ୟୁଟି (ଓଏସ୍ଡି) ଭାବେ ନିୟୋଜିତ ହୋଇଥିବା ୨୩ ଜଣ ଅଧିକାରୀଙ୍କୁ ଭାରତୀୟ ନାଗରିକ ସୁରକ୍ଷା ସଂହିତା-୨୦୨୩ର ଧାରା ୧୪(୧) ଅନୁସାରେ ଏହି କ୍ଷମତା ପ୍ରଦାନ କରାଯାଇଛି । ଏହି ଅଧିକାରୀମାନେ ୩୦ ଜୁନ୍ ଠାରୁ ୨୭ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ପୁରୀ ଜିଲ୍ଲାରେ ଏକ୍ସିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଭାବେ ଦାୟିତ୍ୱ ତୁଲାଇବେ । ରଥଯାତ୍ରା ସମୟରେ ପୁରୀରେ ଆଇନଶୃଙ୍ଖଳା ବଜାୟ ରଖିବା, ଭିଡ଼ ନିୟନ୍ତ୍ରଣ କରିବା ଓ ଭକ୍ତଙ୍କ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବା ପାଇଁ ଓଏଏସ୍ଅଧିକାରୀଙ୍କୁ ଏକ୍ସିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଭାବେ ନିଯୁକ୍ତ କରାଯାଇଛି । 

ସ୍ୱାସ୍ଥ୍ୟ, ଗୃହ ଓ ନଗର ଉନ୍ନୟନ, ପୂର୍ତ୍ତ, ପର୍ଯ୍ୟଟନ, ବାଣିଜ୍ୟ ଓ ପରିବହନ, ମିଶନ ଶକ୍ତି, କ୍ରୀଡ଼ା ଓ ଯୁବ ବ୍ୟାପାର, ଅବକାରୀ ବିଭାଗ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଏହି ତାଲିକାରେ ରହିଛନ୍ତି। ଏଥିସହ ବିଏମ୍ସି, ବିଡିଏ, ଆଇଡିକୋ, ଜିଲ୍ଲା ପରିଷଦ ଓ ଅନ୍ୟାନ୍ୟ ସଂସ୍ଥାର ଅଧିକାରୀମାନଙ୍କୁ ମଧ୍ୟ ଏହି ଦାୟିତ୍ୱ ଦିଆଯାଇଛି ।

ରଥଯାତ୍ରା ସମୟରେ ଲକ୍ଷ ଲକ୍ଷ ଭକ୍ତ ପୁରୀକୁ ଆସୁଥିବାରୁ ଭିଡ଼ ପରିଚାଳନା, ଆଇନଶୃଙ୍ଖଳା ବଜାୟ ରଖିବା, ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଏବଂ କୌଣସି ଜରୁରୀ ପରିସ୍ଥିତିରେ ତୁରନ୍ତ ପଦକ୍ଷେପ ନେବାରେ ଏହି ଅଧିକାରୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବେ।

ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ରଥଯାତ୍ରାର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ସହ ପ୍ରଶାସନିକ ପରିଚାଳନାକୁ ଅଧିକ ସୁଚାରୁ କରିବ ବୋଲି ଆଶା କରାଯାଉଛି।

ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା-୨୦୨୬ର ସୁପରିଚାଳନା, ଆଇନଶୃଙ୍ଖଳା ବଜାୟ ରଖିବା ଏବଂ ଭକ୍ତମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨୩ ଜଣ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଅଧିକାରୀଙ୍କୁ ପୁରୀ ଜିଲ୍ଲାରେ ଏକ୍ସିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଭାବେ ନିଯୁକ୍ତ କରିଛନ୍ତି ।

Tags: