୨୩,୩୮୭ ଜଣ କନିଷ୍ଠ ଶିକ୍ଷକଙ୍କୁ ପଦୋନ୍ନତି

୨୩,୩୮୭ ଜଣ କନିଷ୍ଠ ଶିକ୍ଷକଙ୍କୁ ପଦୋନ୍ନତି

ଭୁବନେଶ୍ୱର : ଆଗାମୀ ଦିନରେ ରାଜ୍ୟରେ ଖାଲିଥିବା ଶତାଧିକ ପ୍ରଧାନଶିକ୍ଷକ ପଦ ପୂରଣ କରାଯିବ । କନିଷ୍ଠ ଶିକ୍ଷକଙ୍କୁ ପଦୋନ୍ନତି ଘୋଷୋଣା । ୨୩,୩୮୭ ଜଣ କନିଷ୍ଠ ଶିକ୍ଷକଙ୍କୁ ବରିଷ୍ଠ (ଏସ୍‌ଇଏସ୍‌) ପାହ୍ୟାକୁ ପଦୋନ୍ନତି  ଘୋଷଣା କରିଛି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ । ଏନେଇ ସୋମବାର ବିଭାଗ ପକ୍ଷରୁ ସମ୍ପୃକ୍ତ ଶିକ୍ଷକ ମାନଙ୍କର ନାମ ପ୍ରକାଶ ପାଇଛି । ୧୯୯୩ ମସିହା ନିଯୁକ୍ତି ନିୟମ ଅନୁଯାୟୀ ଜୁନିଅର ଏସ୍‌ଇଏସ୍‌ମାନଙ୍କୁ ପଦୋନ୍ନତି ଦିଆଯାଇଥିବା ନେଇ ଶିକ୍ଷା ନିର୍ଦ୍ଦେଶକ ବୀରେନ୍ଦ୍ର କୋରକୋରା  ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର କୋର୍ଟ ସମ୍ମୁଖରେ ଯୁବକଙ୍କୁ ବିଭତ୍ସ ହତ୍ୟା

୩୦ ଜିଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କଠାରୁ ପଦୋନ୍ନତିପ୍ରାପ୍ତ ଶିକ୍ଷକଙ୍କ ଚରିତ୍ର ପଞ୍ଜିକା ପ୍ରମାଣପତ୍ର (ସିସିଆର୍‌) ଏବଂ ସମ୍ପତ୍ତି ତାଲିକା ଆସିବା ପରେ ଏମାନଙ୍କୁ ଖାଲିଥିବା ପ୍ରଧାନଶିକ୍ଷକ ପଦବୀରେ ନିଯୁକ୍ତ କରାଯିବ। ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ବଚ୍ଛ ରହିବ। କନିଷ୍ଠ ଶିକ୍ଷକଙ୍କ ପଦୋନ୍ନତି ନେଇ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ବୈଠକ ଅନୁଷ୍ଠିତ ହୋଇଥିଲା। ବାରମ୍ବାର ଯାଞ୍ଚ ପରେ ନିର୍ଦ୍ଦେଶାଳୟ ପକ୍ଷରୁ ତାଲିକା ଜାରି କରାଯାଇଛି।

ସମ୍ବନ୍ଧିତ ଖବର ସୁରକ୍ଷିତ ହୋଲି ଟିପ୍ସ

 

ସମ୍ବନ୍ଧିତ ଖବର ଯାତ୍ରା ପାର୍ଟି ବସ ଓଲଟି ୨୦ରୁ ଉର୍ଦ୍ଧ୍ବ କଳାକାର ଆହତ

Tags: