ବିଏମ୍ସି କାର୍ଯ୍ୟାଳୟରେ କରୋନା
ଭୁବନେଶ୍ୱର: ଜାନୁଆରୀ ୧୩: ଭୁବନେଶ୍ୱର ମୁନିସିପାଲ କର୍ପୋରେସନ୍ (ବିଏମ୍ସି)କାର୍ଯ୍ୟାଳୟର ୨୨ ଜଣ କର୍ମଚାରୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । କାଲି ଟେଷ୍ଟ କରାଯାଇଥବା ନମୁନାରୁ ୨୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ରିପୋର୍ଟ ଆସିବା ପରେ ଅନ୍ୟ ସବୁ କର୍ମଚାରୀଙ୍କର ନମୁନା ପରୀକ୍ଷା କରାଯିବ ବୋଲି ମଧ୍ୟ କୁହାଯାଉଛି । ଏହାକୁ ଦୃଷ୍ଟିରେ ରଖି କାର୍ଯ୍ୟାଳୟକୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି । ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦, […]
ଭୁବନେଶ୍ୱର: ଜାନୁଆରୀ ୧୩: ଭୁବନେଶ୍ୱର ମୁନିସିପାଲ କର୍ପୋରେସନ୍ (ବିଏମ୍ସି)କାର୍ଯ୍ୟାଳୟର ୨୨ ଜଣ କର୍ମଚାରୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । କାଲି ଟେଷ୍ଟ କରାଯାଇଥବା ନମୁନାରୁ ୨୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ରିପୋର୍ଟ ଆସିବା ପରେ ଅନ୍ୟ ସବୁ କର୍ମଚାରୀଙ୍କର ନମୁନା ପରୀକ୍ଷା କରାଯିବ ବୋଲି ମଧ୍ୟ କୁହାଯାଉଛି । ଏହାକୁ ଦୃଷ୍ଟିରେ ରଖି କାର୍ଯ୍ୟାଳୟକୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି ।
୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦, ୦୫୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୮୭୨ ଜଣ ୧୮ ବର୍ଷ ବୟସରୁ କମ୍ ବର୍ଗର ରହିଛନ୍ତି । ସେହିପରି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୬୯ ରହିଛି ।
ଅନ୍ୟପକ୍ଷରେ ରାଜ୍ୟରେ କରୋନରେ ୩ ଜଣଙ୍କର ମୃତୁ୍ୟ ହୋଇଛି । ଏହାକୁ ମିଶାଇ ଏବେ ରାଜ୍ୟରେ କରୋନାରେ ୮ ହଜାର ୪୭୨ ଜଣଙ୍କର ମୃତୁ୍ୟ ହୋଇସାରିଲାଣି ।




