ବୁର୍ଲା ଭୀମସାରର ୨୨ ଜଣ ଡାକ୍ତରୀ ଛାତ୍ରଛାତ୍ରୀ କୋରାନା ସଂକ୍ରମିତ

ସମ୍ବୁଲପୁର: ନଭେମ୍ବର ୨୩ : ବୁର୍ଲା ଭୀମସାରର ୨୨ ଜଣ ଡାକ୍ତରୀ ଛାତ୍ରଛାତ୍ରୀ କୋରାନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସମସ୍ତଙ୍କୁ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ସଂକ୍ରମିତଙ୍କ ମଧ୍ୟରେ ପ୍ରଥମ ବର୍ଷ, ଦ୍ୱିତୀୟ ଓ ତୃତୀୟ ଓ ଚତୁର୍ଥ ବର୍ଷର ଛାତ୍ରଛାତ୍ରୀ ଥିବା ଜଣାପଡ଼ିଛି । ସଂକ୍ରମିତ ହୋଇଥିବା ଛାତ୍ରୀଛାତ୍ରୀମାନେ ହଷ୍ଟେଲରେ ରହୁଥିବା ଖବର ରହିଛି । ଅନ୍ୟପକ୍ଷେ, ହଷ୍ଟେଲରେ ରହୁଥିବା ଅନ୍ୟ ଛାତ୍ରଛାତ୍ରୀମାନଙ୍କର ମଧ୍ୟ କୋଭିଡ୍‌ ପରୀକ୍ଷା କରାଯାଇଛି । […]

Samaya Live Picture
Published On

ସମ୍ବୁଲପୁର: ନଭେମ୍ବର ୨୩ : ବୁର୍ଲା ଭୀମସାରର ୨୨ ଜଣ ଡାକ୍ତରୀ ଛାତ୍ରଛାତ୍ରୀ କୋରାନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସମସ୍ତଙ୍କୁ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ସଂକ୍ରମିତଙ୍କ ମଧ୍ୟରେ ପ୍ରଥମ ବର୍ଷ, ଦ୍ୱିତୀୟ ଓ ତୃତୀୟ ଓ ଚତୁର୍ଥ ବର୍ଷର ଛାତ୍ରଛାତ୍ରୀ ଥିବା ଜଣାପଡ଼ିଛି । ସଂକ୍ରମିତ ହୋଇଥିବା ଛାତ୍ରୀଛାତ୍ରୀମାନେ ହଷ୍ଟେଲରେ ରହୁଥିବା ଖବର ରହିଛି ।

ଅନ୍ୟପକ୍ଷେ, ହଷ୍ଟେଲରେ ରହୁଥିବା ଅନ୍ୟ ଛାତ୍ରଛାତ୍ରୀମାନଙ୍କର ମଧ୍ୟ କୋଭିଡ୍‌ ପରୀକ୍ଷା କରାଯାଇଛି । ଭୀମସାର ଅଧୀକ୍ଷକ କୋଭିଡ୍‌ ହସ୍ପିଟାଲରେ ପହଞ୍ଚି ସଂକ୍ରମିତଙ୍କ ସ୍ୱାସ୍ଥାବସ୍ଥା ପଚାରି ବୁଝିଛନ୍ତି ।
ସୂଚନା ଅନୁସାରେ, କିଛି ଦିନ ତଳେ ବୁର୍ଲା ଭୀମସାର କଲେଜରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ସେଠାରେ ହିଁ ସଂକ୍ରମଣ ହୋଇଛି ବୋଲି ଆଶଙ୍କା କରାଯାଉଛି ।

ଜଣେ ଛାତ୍ର କହିଛନ୍ତି, ଛାତ୍ରୀନିବାସରେ ପ୍ରଥମବର୍ଷର ଜଣେ ଛାତ୍ରୀ କରୋନା ସଂକ୍ରମିତ ହେବା ପରେ ହଷ୍ଟେଲରେ ଥିବା ସମସ୍ତ ପିଲାଙ୍କର କୋଭିଡ ଟେଷ୍ଟ କରାଯାଇଥିଲା । ଏହାପରେ ଅନ୍ୟ ଛାତ୍ରଛାତ୍ରୀମାନେ ସଂକ୍ରମିତ ହୋଇଥିଲେ । କେତେଜଣଙ୍କ ଲକ୍ଷଣ ନ ଥାଇ ସେମାନେ କରୋନା ଆକ୍ରାନ୍ତ ହୋଇଛନ୍ତି ।