ରାଜ୍ୟରେ ଚାଲିଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି - ମନ୍ତ୍ରୀ

ରାଜ୍ୟରେ ଚାଲିଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି - ମନ୍ତ୍ରୀ

ଭୁବନେଶ୍ୱର : ବିଧାନସଭା ଶୀତ ଅଧିବେଶନର ସପ୍ତମ ଦିନରେ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ପରିବହନ ମନ୍ତୀ ବିଭୁତି ଜେନା । ସେ କହିଛନ୍ତି ରାଜ୍ୟରେ ବର୍ତ୍ତମାନ ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି ଚାଲିଛି । ସରକାରୀ ବିଭାଗ ଓ ସଂସ୍ଥାରେ ଏବେ ସୁଦ୍ଧା ୬୮୦ ଇଭି ଗାଡ଼ି କିଣା ଯାଇଛି  । ଇଲେକ୍ଟ୍ରି ଭେହିକିଲ୍ ବାବଦରେ ଏବେ ସୁଦ୍ଧା ୩୪୦ କୋଟି ୯୫ ଲକ୍ଷ ୭୫ ହଜାର ୪୮୧ ଟଙ୍କାର  ସବସିଡି ଦେଇ ସାରିଲେଣି ସରକାର । ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ସରକାର ୧୨ଟି ଇଭି ଚାର୍ଜିଂ ସେଣ୍ଟର ବସାଇଛନ୍ତି । 

Read More ନଦୀଜଳ ପ୍ରଦୂଷିତ ହେଲେ ବିଭାଗୀୟ ଅଧିକାରୀଙ୍କ ଦରମା ବନ୍ଦ - ମନ୍ତ୍ରୀ

ଆଜି ପ୍ରଶ୍ନକାଳ ଆରମ୍ଭରୁ କଂଗ୍ରେସ ବିଧାୟକଙ୍କ ହଙ୍ଗାମା ଦେଖିବାକୁ ମିଳିଥିଲା । ଗତକାଲି ପ୍ରାଇଭେଟ୍ ମେମ୍ବର ବିଲ୍‌ କାହିଁକି ନିଆଗଲା ନାହିଁ  କହି ଗୃହରେ କଂଗ୍ରେସ ପ୍ରତିବାଦ କରିଥିଲା । ପ୍ରଶ୍ନକାଳରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ ଉତ୍ତର ରଖୁଥିଲେ । କିନ୍ତୁ ଆରମ୍ଭରୁ ହିଁ ବିରୋଧୀ ସଦସ୍ୟମାନେ ବାଚସ୍ପତିଙ୍କ ପୋଡ଼ିୟମ ନିକଟକୁ ଆସି ନାରାବାଜି କରିଛନ୍ତି । ଫଳରେ ଗୃହକୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବି  ଘୋଷଣା କରିଥିଲେ ବାଚସ୍ପତି ସୁରମା ପାଢ଼ୀ । 

Read More ଶୁକ୍ରବାର ବସିବ ମହାନଦୀ ଜଳ ବିବାଦ ପ୍ରସଙ୍ଗ ବୈଠକ

Tags: