ଭାରତୀୟ ବିଦ୍ୟାଭବନର ୨୦୪ତମ ସଂସ୍କରଣ ଡ଼କ୍ଟର ଚିତ୍ତରଞ୍ଜନଙ୍କ ଓଡିଶୀ ନୃତ୍ୟ ଓ ପଦ୍ମଶ୍ରୀ ଅନ୍ତର୍ଯ୍ୟାମୀଙ୍କ ଶ୍ରୀ ଜଗନ୍ନାଥ କଥାମୃତରେ ଦର୍ଶକ ଭାବମୋହିତ
ଭାରତୀୟ ବିଦ୍ୟା ଭବନ ଓ ଇଂଫୋସିସ ଫାଉଣ୍ଡେସନ ମିଳିତ ସହଯୋଗର ୨୦୪ତମ ସଂସ୍କରଣ ସହ ତତ୍ତ୍ୱଦର୍ଶୀ ନୃତ୍ୟ ରସିକଙ୍କ ଦ୍ୱାରା ଖାରବେଳ ନଗରସ୍ଥିତ ମୁନସୀ ହଲ ଥିଲା ଭରପୁର ସମାଗମ। "ଶ୍ରୀଜଗନ୍ନାଥ ଲୀଳାମୃତ" ଓ "ଶ୍ରୀ ଜଗନ୍ନାଥ ଆମ ଅସ୍ମିତା " ଆଧ୍ୟାତ୍ମିକ ସନ୍ଧ୍ୟାର ପ୍ରଥମେ ମଞ୍ଚ ଭାବମୟ ହୋଇଥିଲା ଓଡିଶୀ ନୃତ୍ୟ "ଆହେନୀଳ ଶଇଳ" ଶ୍ରୀ ନୀଳାଦ୍ରୀବିହାରୀଙ୍କ ପହଣ୍ଡି ନୃତ୍ୟରେ ।

ଅନ୍ତଃରାଷ୍ଟ୍ରୀୟ ଓଡିଶୀ ନୃତ୍ୟଶିଳ୍ପୀ ତଥା ଓଡ଼ିଆ ଭାଷା ସାହିତ୍ୟ ବିଭାଗର ବରିଷ୍ଠ ପ୍ରାଧ୍ୟାପକ ଡ଼କ୍ଟର ଚିତ୍ତରଞ୍ଜନ ସାହାଣୀଙ୍କ ନିଜସ୍ୱ ନୃତ୍ୟ ସଂଯୋଜନାର ନିଖୁଣ ପ୍ରଦର୍ଶନ ଓ ସଂଗୀତରେ ଗୁରୁ ରାମହରି ଦାସଙ୍କ ଗୁରୁ ଗମ୍ଭୀର କଣ୍ଠସ୍ୱର , ଗୁରୁ ସଚ୍ଚିଦାନନ୍ଦ ଦାସ (ପଖଉଜ ) ସ୍ୱପ୍ନେଶ୍ଵର ଚକ୍ରବର୍ତ୍ତୀ (ସୀତାର ) ଶ୍ରୀନିବାସ ( ବଂଶୀ ) ସହ ଲବଣ୍ୟମୟ ଓଡିଶୀ ନୃତ୍ୟରେ ଅଙ୍ଗଭଙ୍ଗୀର କମନୀୟ ଲାଳିତ୍ୟପୂର୍ଣ୍ଣ ଅଭିନୟ ପରିବେଷଣ ବିଭୂଚେତନା ଭରିଦେଇଥିବା ବେଳେ ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ଶ୍ରୀଜଗନ୍ନାଥ ଆମ ଓଡ଼ିଆର କୁଳଦେବତା, ଜନ୍ମରୁ ଜୁଇ ଶ୍ରୀଜଗନ୍ନାଥ ଓଡ଼ିଆର ପରମ ଆଶ୍ରୟ ଉପରେ ଆଲୋଚନା କରି ସନ୍ଧ୍ୟାକୁ ଆହୁରି ରସମୟ କରିଦେଇଥିଲେ।
.jpeg)
ସଂସ୍କୃତି ସନ୍ଧ୍ୟାର ଅତିଥି ମେଜର ଜେନେରାଲ ତଥା ଭାରତୀୟ ବିଦ୍ୟା ଓ ସଂସ୍କୃତି ନିର୍ଦେଶକ ଶ୍ରୀଯୁକ୍ତ ଅତନୁ ପଟ୍ଟନାୟକ, କର୍ନେଲ ତଥା ଭାରତୀୟ ବିଦ୍ୟାଭବନ ଭୁବନେଶ୍ୱର ଶାଖାର ସମ୍ମାନିତ ସଚିବ ଶ୍ରୀଯୁକ୍ତ ପ୍ରଦୀପ କୁମାର ପଟ୍ଟନାୟକ, ଡ଼କ୍ଟର ଶାନ୍ତନୁ କୁମାର ରଥ, ଆଧ୍ୟାତ୍ମାବାଦୀ ସୃଜନୀକାର ଶ୍ରୀଯୁକ୍ତ ପୀତବାସ ରାଉତରାୟ, ପ୍ରଫେସର ଡ଼କ୍ଟର ବିନାୟକ ରଥ, ନିର୍ଦେଶକ ତଥା ବରିଷ୍ଠ ନାଟ୍ୟକାର ଓ କଳା ସଂଯୋଜକ ଶ୍ରୀଯୁକ୍ତ ମନ୍ମଥ କୁମାର ଶତପଥି , କାର୍ଯ୍ୟାଳୟ ଅଧିକ୍ଷକ ଶ୍ରୀଯୁକ୍ତ ରଂଜିତ କୁମାର ବିଶ୍ୱାଳ ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ସମ୍ମାନିତ କରିବା ସହ ନୃତ୍ୟଶିଳ୍ପୀ ଡ଼କ୍ଟର ଚିତ୍ତରଞ୍ଜନ ସାହାଣୀଙ୍କ ଓଡିଶୀ ନୃତ୍ୟ ଓ ଓଡ଼ିଆ ସାହିତ୍ୟ ଜୀବନକୁ ଭୁୟସୀ ପ୍ରଶଂସା କରିବା ସହ ପୁଷ୍ପଗୁଛ, ଉତ୍ତରୀୟ, ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।




