୨୦ରୁ ଠିକାଦାର ସଂଘ ଆନ୍ଦୋଳନ

୨୦ରୁ ଠିକାଦାର ସଂଘ ଆନ୍ଦୋଳନ

ଭୁବନେଶ୍ୱର : ଆସନ୍ତା ୨୦ରୁ ଆନ୍ଦୋଳନକୁ ଓହ୍ଲାଇବେ ୩ ପ୍ରମୁଖ ଠିକାଦାର ସଂଘ । ୧୮ ସୁଦ୍ଧା ୮ ଦଫା ଦାବି ପୂରଣ ନ ହେଲେ ୨୦ରୁ ଆନ୍ଦୋଳନ କରି ସମସ୍ତ ସରକାରୀ ନିର୍ମାଣ କାର୍ଯ୍ୟ ବନ୍ଦ କରିବ ଠିକାଦାର ସଂଘ। ଆନ୍ଦୋଳନରେ ଏକାଠି ହେବେ ୭୦ ହଜାର ଠିକାଦାର ଓ ୩ ପ୍ରମୁଖ ଠିକାଦାର ସଂଘ । ଏନେଇ ପ୍ରେସମିଟ୍‌ରେ ମିଳିତ ମଞ୍ଚ ଓଡ଼ିଶା ଠିକାଦାର ମହାସଂଘ ଚେତାବନୀ ଦେଇଛି।

ସମ୍ବନ୍ଧିତ ଖବର ନାମାଙ୍କନ ଭରିଲେ ସଂତୃପ୍ତ ଓ ଦତ୍ତେଶ୍ୱର, କଂଗ୍ରେସ - ବିଜେଡି କୋଳାକୋଳି

ରାଜଧାନୀ ରାଜରାସ୍ତାରେ ବିଶାଳ ସମାବେଶ କରିବ ମହାସଂଘ। ଟେଣ୍ଡର ସୀମା ବୃଦ୍ଧି, ଜରିମାନା ଛାଡ଼ ଆଦି ୮ ଦଫା ଦାବି କରି ଏହି ଚେତାବନୀ ଦେଇଛି ମହାସଂଘ।

ସମ୍ବନ୍ଧିତ ଖବର ଦୋକାନ ଉପରକୁ ମାଡ଼ି ଗଲା ଯାତ୍ରୀଵାହୀ ବସ

ଠିକାଦାର ସଂଘର ଦାବି ଅନୁସାରେ,ପୂର୍ତ୍ତ ବିଭାଗ ସର୍କୁଲାର ରଦ୍ଦ କରି ଟେଣ୍ଡର ମୂଲ୍ୟକୁ ୦.୦୦% ପ୍ରତିଶତରୁ କମ୍ ନ କରିବା ପାଇଁ ନୂତନ ଆଇନ ପ୍ରଣୟନ, SOR ସ୍ଥିରୀକରଣ, ଟେଣ୍ଡର ସୀମା ବୃଦ୍ଧି, ଏକ ରାଜ୍ୟ ଏକ ଆଇନ, ଖଣିଜ ଦ୍ରବ୍ୟ ସମସ୍ୟା, ଜରିମାନା ଛାଡ଼, ଦରଦାମ ବୃଦ୍ଧି ହିସାବ WAMIS ସ୍ଥାନାନ୍ତର କରିବା ଆଦି ୮ ଦଫା ଦାବି ଉପସ୍ଥାପନା କରିଛି ମିଳିତ ଠିକାଦାର ମହାସଂଘ I ଆଗାମୀ ଦିନରେ କାର୍ଯ୍ୟବନ୍ଦ ଯୋଗୁ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହେଲେ ସେଥିପାଇଁ ସରକାର ସମ୍ପୂର୍ଣ ଦାୟୀ ରହିବେ ବୋଲି ମଧ୍ୟ ଚେତାବନୀ ଦେଇଛି ମହାସଂଘ ।

ସମ୍ବନ୍ଧିତ ଖବର ଯଥେଷ୍ଟ ତେଲ ମହଜୁଦ୍ ଅଛି - ଯୋଗାଣମନ୍ତ୍ରୀ

Tags: