ଲୋୟର ପିଏମଜିରେ ରେ ୨ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ଲୋୟର ପିଏମଜିରେ ରେ ୨ମହିଳାଙ୍କ  ଆତ୍ମହତ୍ୟା ଉଦ୍ୟମ
Samaya Live News Picture
Published On

ଭୁବନେଶ୍ୱର : ଲୋୟର ପିଏମଜିରେ ଚାଞ୍ଚଲ୍ୟ । ସ୍ପଷ୍ଟ ଦିବାଲୋକରେ ଆତ୍ମହତ୍ୟା ଉଦ୍ୟମ କଲେ ଧାରଣାରେ ବସିଥିବା ୨ମହିଳା ।ବାଣପୁର ଅଞ୍ଚଳର ଜଣେ ମହିଳା ବିଜ୍ଞାନୀ ପଣ୍ଡା ଓ ମାନସୀ ବେହେରା ନିଜ ସମସ୍ୟାର ସମାଧାନ ଦାବିରେ ଗତକାଲି ଲୋୟର ପିଏମଜିରେ ଧାରଣା ଦେଇଥିଲେ । ତେବେ ସେଠାରେ ଆଜି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପୂର୍ବରୁ ବାଣପୁର ଥାନାରେ ନ୍ୟାୟ ପାଇଁ ଯାଇଥିଲେ ମଧ୍ୟ ତାଙ୍କ କଥା ଶୁଣାଯାଇନଥିଲା । ଆଜି ଉଭୟଙ୍କୁ ଧାରଣାସ୍ଥଳରୁ ପୋଲିସ ଉଠାଇବାକୁ ଉଦ୍ୟମ କରିବା ପରେ ନିରୁପାୟ ହୋଇ ଉଭୟ ମହିଳା ବିଷାକ୍ତ କେମିକାଲ ସେବନ କରିଥିଲେ । ଘଟଣା ପରେ ତୁରନ୍ତ ପୋଲିସ ଉଭୟଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ଖାଦ୍ୟ ସଂରକ୍ଷଣରେ ବ୍ୟବହୃତ ଏକ କେମିକାଲ ସେମାନେ ସେବନ କରିଥିଲେ । ତେବେ ହସ୍ପିଟାଲରେ ପହଞ୍ଚିବା ପରେ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯାଇଥିବାରୁ ବର୍ତ୍ତମାନ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି ।

 
 

Tags: