ଝାରପଡ଼ା ନିକଟ ରେ ୨ ଟ୍ରେନ ମୁହାଁମୁହିଁ
ଭୁବନେଶ୍ଵର : ଝାରପଡା ରେଳ ଟ୍ରାକରେ ଅଭାବନୀୟ ଘଟଣା । ଗୋଟିଏ ଟ୍ରାକରେ ମୁହାଁମୁହିଁ ହେଲେ ଦୁଇଟି ଟ୍ରେନ । ଆଜି ସକାଳ ୯ଟା ୬ରେ ଏହି ଘଟଣା ଘଟିଛି । ତେବେ ଟ୍ରେନରେ କୌଣସି ଯାତ୍ରୀ ନଥିବା ହେତୁ ଅଳ୍ପକେ ଟଳି ଯାଇଛି ଏକ ବଡ଼ ଦୁର୍ଘଟଣା । ମଞ୍ଚେଶ୍ୱର ଦିଗରୁ ଗୋଟିଏ ଟ୍ରେନ ଆସୁଥିବା ବେଳେ ଅନ୍ୟ ଟ୍ରେନ ଟି ସଫେଇ ପାଇଁ ମଞ୍ଚେଶ୍ୱର ଷ୍ଟେସନ ଆଡକୁ ଯାଉଥିଲା । ଝାରପଡ଼ା ନିକଟ ରେଲୱେ ବ୍ରିଜ ନିକଟରେ କୋଣାର୍କ ଏକ୍ସପ୍ରେସ ସହ ଅନ୍ୟ ଏକ ଚାରିଟି ଏସି କୋଚ ନେଇ ଆସୁଥିବା ଟ୍ରେନର ଝାରପଡା ବ୍ରିଜ ନିକଟରେ ଧକ୍କା ହେବାରୁ ସୁତେ ସୁତେ ବର୍ତି ଯାଇଛି । ଘଟଣାସ୍ଥଳରେ ଟ୍ରେନ ଦୁଇଟିର ଭଗ୍ନାଂଶ ପଡିଥିବାର ଦେଖାଯାଇଛି ।
ସୂଚନାନୁସାରେ, କୋଣାର୍କ ଏକ୍ସପ୍ରେସ ଯାତ୍ରୀଙ୍କୁ ଛାଡ଼ି ମଞ୍ଚେଶ୍ୱର ଡିପୋ ଆଡ଼କୁ ସଫେଇ ପାଇଁ ଯାଉଥିବା ବେଳେ ସେହି ଟ୍ରାକରେ ପୂର୍ବରୁ ଥିବା ସ୍ପେୟାରିଙ୍ଗ ଟ୍ରେନ ସହ ମୁହାଁମୁହିଁ ହୋଇଥିଲେ । ଫଳରେ ଉଭୟ ଟ୍ରେନ ସାମ୍ନାରେ ଥିବା ଲକ ଭାଙ୍ଗି ଯାଇଛି। ତେବେ ଟ୍ରେନରେ କୌଣସି ଯାତ୍ରୀ ନଥିଲେ। ଉଭୟ ଟ୍ରେନର ଲୋକୋ ପାଇଲଟ ମଧ୍ୟ ସୁରକ୍ଷିତ ଅଛନ୍ତି।
ଅଘଟଣ ସଂପର୍କରେ ଖବର ପାଇ ରେଳ ବିଭାଗର ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।




