ବୈତରଣୀରେ ବୁଡି ୨ ପର୍ଯ୍ୟଟକଙ୍କ ମୃତ୍ୟୁ

 ବୈତରଣୀରେ ବୁଡି ୨ ପର୍ଯ୍ୟଟକଙ୍କ ମୃତ୍ୟୁ
Samaya Live News Picture
Published On

ଯାଜପୁର : ଯାଜପୁର ଜିଲ୍ଲା ବୈତରଣୀ ନଦୀରେ ଅଘଟଣ । ବୁଲିବାକୁ ଆସି ବୈତରଣୀ ନଦୀରେ ଗାଧୋଉଥିବାବେଳେ ପର୍ଯ୍ୟଟକ ଦମ୍ପତ୍ତିଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଆନ୍ଧ୍ରପ୍ରଦେଶର । ଉଭୟେ ମା' ବିରଜାଙ୍କ ଦର୍ଶନ କରିବା ପାଇଁ ଯାଜପୁର ଆସିଥିଲେ। ମନ୍ଦିର ଯିବା ପୂର୍ବରୁ ବୈତରଣୀ ନଦୀରେ ଗାଧୋଉଥିବା ସମୟରେ ଅସାବଧାନତା ବଶତଃ ବାରୁଣୀ ଘାଟ ବରାହ ନିକଟରେ ଗଭୀର ପାଣିରେ ବୁଡ଼ି ଯାଇଥିଲେ ।

ଘଟଣାପରେ ତୁରନ୍ତ ଅଗ୍ନିଶମ ବାହିନୀ ଏବଂ ସ୍ଥାନୀୟ ପୋଲିସକୁ ସୂଚନା ଦିଆଯାଇଥିଲା । ଘଟଣା ସମ୍ପର୍କରେ ଖବର ପାଇ ଯାଜପୁର ଅଗ୍ନିଶମ ବାହିନୀର କର୍ମଚାରୀ ତୁରନ୍ତ ପହଞ୍ଚି ନଦୀରୁ ଉଭୟଙ୍କୁ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ଜଣେ ପୁରୁଷ ଓ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ।

 

Tags: