ଗଣତି ମଣତି ପାଇଁ ୨ଟି ଟିମ : ମୁଖ୍ୟ ପ୍ରଶାସକ

ଗଣତି ମଣତି ପାଇଁ ୨ଟି ଟିମ : ମୁଖ୍ୟ ପ୍ରଶାସକ

ପୁରୀ : ସରିଲା ରତ୍ନଭଣ୍ଡାର SOP ବୈଠକ । ରାଜ୍ୟ ସରକାରଙ୍କ ଅନୁମୋଦିତ ୧୪ ପୃଷ୍ଠାର sop ଆମର ହସ୍ତଗତ ହୋଇଥିବା ନେଇ କହିଛନ୍ତି ମୁଖ୍ୟ ପ୍ରଶାସକ ଶ୍ରୀ ଅରବିନ୍ଦ ପାଢ଼ୀ । ଗଣତି ମଣତି ପାଇଁ ୨ ଟି ଟିମ ଗଠନ କରାଯିବ । ଗୋଟିଏ କାର୍ଯ୍ୟନିର୍ବାହୀ ଏବଂ କାର୍ଯ୍ୟ ତତ୍ତ୍ୱାବଧାରକ ଟିମ । କାର୍ଯ୍ୟନିର୍ବାହୀ ଦଳ ଗଣତି ମଣତି କାର୍ଯ୍ୟ କରିବ ଏବଂ ତତ୍ତ୍ୱାବଧାରକ ଦଳ ଗଣତି ମଣତିରେ ସହଯୋଗ କରିବ । ୨ଟି ଯାକ ଟିମକୁ ମୁଖ୍ୟ ପ୍ରଶାସକ ଲିଡ଼ କରିବେ । ଗଣତି ମଣତିରେ ଏସବିଆଇ ପ୍ୟାନେଲଭୁକ୍ତ ୬ ବଣିଆଙ୍କୁ ସାମିଲ କରାଯିବ, ଜଣେ ଜେମୋଲୋଜିଷ୍ଟ ଓ ଆରବିଆଇର ୨ ଜଣ ଅଧିକାରୀ ମଧ୍ୟ ଉପସ୍ଥିତ ରହିବେ । ୨ ଜଣ ଏକ୍ସପର୍ଟ ଫଟୋଗ୍ରାଫର ସବୁକିଛି ରେକର୍ଡ କରିବେ । ସିସିଟିଭି ଲାଗିବା ସହ ସମସ୍ତ ଜିନିଷ ଡିଜିଟାଇଜେସନ କରି ରଖାଯିବ  । 

ସମ୍ବନ୍ଧିତ ଖବର  'ଅପରେସନ୍ ବ୍ଲାକ୍ ଫରେଷ୍ଟ-୨' ,୫ ମାଓବାଦୀ ନିହତ

ଆଜିଠୁ ନୀଳାଦ୍ରି ବିଜେ ମଧ୍ୟରେ ୧୩୫ ଦିନ ସମୟ ରହିଛି । ଏହି ୧୩୫ ଦିନ ସମୟ ମଧ୍ୟରୁ ୧୦୦ ଦିନ ଗଣତି ମାଣତି ହୋଇପାରିବ ନାହିଁ । ସେହିପରି ନୀତି ବହୁଳ ଦିନ ମାନଙ୍କରେ ମଧ୍ୟ ଗଣତି ମାଣତି ହୋଇପାରିବ ନାହିଁ । ତେବେ କେଉଁ ଦିନ ଠାରୁ ଗଣତି ମଣତି କାର୍ଯ୍ୟ ହେବ ତାହା ପରିଚାଳନା କମିଟି ଚୂଡାନ୍ତ କରିବ । ନୀତି ବହୁଳ ଦିନ ମାନଙ୍କରେ ଗଣତି ମାଣତି କରାଯିବ ନାହିଁ ବୋଲି କରିଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ୧୯୭୮ ମସିହାରେ ହୋଇଥିବା ଗଣତି ମଣତି ବେଳେ ୭୨ ଦିନ ଲାଗିଥିଲା, ୧୯୭୮ ଗଣତି ମଣତି ସହ ମେଳକ କରାଯିବ, ଭାଲ୍ୟୁଏସନ କରାଯିବନି ।

ସମ୍ବନ୍ଧିତ ଖବର ରଥଯାତ୍ରା ପାଇଁ ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ

 

ସମ୍ବନ୍ଧିତ ଖବର ରାଜ୍ୟରେ ବଢିପାରେ ସବଡ଼ିଭିଜନ - ମନ୍ତ୍ରୀ

Tags: