ସରସ୍ବତୀ ପୂଜା ଦିନ ନିଶାସକ୍ତ ଅବସ୍ଥାରେ ରାସ୍ତାରୁ ଉଦ୍ଧାର ହେଲେ ୨ ଛାତ୍ର

ସରସ୍ବତୀ ପୂଜା ଦିନ ନିଶାସକ୍ତ ଅବସ୍ଥାରେ ରାସ୍ତାରୁ ଉଦ୍ଧାର ହେଲେ ୨ ଛାତ୍ର
Samaya Live News Picture
Published On

କନ୍ଧମାଳ : ସରସ୍ବତୀ ପୂଜା ଚାଲିଥିବାବେଳେ ମଦ ପି'ମାତାଲ ହେଲେ ସ୍କୁଲ ପିଲା । ଏହି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଟିକାବାଲି ସ୍କୁଲରେ । ଗତକାଲି ଟିକାବାଲି ସ୍ଥିତ ଏକ ହାଇସ୍କୁଲରେ ବିଦ୍ୟାଦାତ୍ରୀ ମା' ସରସ୍ବତୀଙ୍କୁ ଆବାହନ ସମୟରେ ସେପଟେ ବିଦ୍ୟାଳୟର ଦୁଇ ନବମ ଶ୍ରେଣୀ ଛାତ୍ର ସ୍କୁଲ ୟୁନିଫର୍ମ ପିନ୍ଧି ଅତ୍ୟଧିକ ମଦ୍ୟପାନ କରି ବଜାର ଭିତରେ ଥିବା ପୋଷ୍ଟ ଅଫିସ ନିକଟରେ ରାସ୍ତା ଉପରେ ପଡିଥିବାର ଦେଖାଯାଇଥିଲା । ଅଞ୍ଚଳବାସୀ ଏ ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ପରେ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଏହି ଖବର ଦେବା ପରେ ସେମାନଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା । ଦୁଇ ଛାତ୍ର ସରକାରୀ ହଷ୍ଟେଲରେ ରହି ପଢୁଥିବା ସୂଚନା ମିଳିଛି । ଖବର ପାଇବା ପରେ ଛାତ୍ରଙ୍କ ଅବିଭାବକ ମାନେ ଆସି ପିଲାଙ୍କୁ ଘରକୁ ନେଇଯାଇଥିବା ସୂଚନା ମିଳିଛି । ତେବେ ସ୍କୁଲ ହଷ୍ଟେଲ ପିଲାଙ୍କ ଏଭଳି ବିଶୃଙ୍ଖଳିତ ଆଚରଣକୁ ନେଇ ସ୍କୁଲ କର୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ଅଞ୍ଚଳବାସୀ।

 

Tags: