ପୋଖରୀରେ ବୁଡି ୨ଛାତ୍ରଙ୍କ ମୃତ୍ୟୁ
ବାଲେଶ୍ୱର : ସମର କୋର୍ସ ବେଳେ ଅଘଟଣ । ପୋଖରୀରେ ବୁଡି ୨ଛାତ୍ରଙ୍କ ମୃତ୍ୟୁ। ଗତ ବିଳମ୍ବିତ ରାତିରେ ବାଲେଶ୍ଵର ଟାଉନ୍ ଥାନା ଅନ୍ତର୍ଗତ ମାନସିଂ ବଜାର ଅଞ୍ଚଳରେ ଏହି ଅଘଟଣ ଘଟିଛି । ସମର କୋର୍ସ ପାଇଁ ଭଦ୍ରକ ଜିଲ୍ଲାରୁ ଆସି ଏକ ଘରୋଇ ଶିକ୍ଷାନୁଷ୍ଠାନ ରହିଥିଲେ ଛାତ୍ର ୨ଜଣ । ମୃତଙ୍କୁ ହେଲେ ପ୍ରତ୍ୟୁଷ କୁମାର ମଲ୍ଲିକ ଓ ସ୍ମୃତି ରଞ୍ଜନ ମହାଭୋଇ । ଛାତ୍ରଙ୍କ ମୃତ୍ୟୁକୁ ନେଇ ବାଲେଶ୍ଵର ଜିଲ୍ଲା ମେଡିକାଲରେ ଗତ ବିଳମ୍ବିତ ରାତ୍ରିରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ମୃତକଙ୍କ ପରିବାର ଲୋକେ ଘରୋଇ ଶିକ୍ଷାନୁଷ୍ଠାନ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରିଛନ୍ତି । ପରବର୍ତ୍ତୀ ସମୟରେ ପୁଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ।
ସୂଚନାନୁସାରେ, ବାଲେଶ୍ୱରର ଏକ ଘରୋଇ ଶିକ୍ଷାନୁଷ୍ଠାନକୁ ସମର କୋର୍ସ ପାଇଁ ଭଦ୍ରକରୁ ଦୁଇ ଛାତ୍ର ଆସିଥିଲେ। ବାଲେଶ୍ଵର ମାନସିଂ ବଜାର ସ୍ଥିତ ଏକ ଘରୋଇ ଶିକ୍ଷାନୁଷ୍ଠାନକୁ ସମର କୋର୍ସ ପାଇଁ ଆସିଥିଲେ । ଗତକାଲି ଅପରାହ୍ନରେ ସ୍ଥାନୀୟ ଏକ ପୋଖରୀକୁ ଆସିଥିଲେ ଗାଧୋଇବାକୁ । ପରେ ଗାଧୋଉଥିବା ବେଳେ ସେମାନଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କୁ ଅନ୍ୟ ସାଙ୍ଗ ମାନେ ଉଦ୍ଧାର କରିଥିଲେ । ପରେ ଗୁରୁତର ଭାବରେ ଦୁଇ ଛାତ୍ରଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସେଠାରେ ସେମାନଙ୍କୁ ମୃତ ଘୋଷଣା କରିବା ସହ ଛାତ୍ରଙ୍କ ମର ଶରୀରକୁ ବାଲେଶ୍ଵର ଶବ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି ।



