କାର ଧକ୍କାରେ ୨ ସ୍କୁଟି ଆରୋହୀଙ୍କ ମୃତ୍ୟୁ
କଳାହାଣ୍ଡି : କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ କେବିଡ଼ି ବିଜୁ ଏକ୍ସପ୍ରେସ ୱେ ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା l ଏକ ସଫାରୀ ଗାଡି ସହ ସ୍କୁଟିର ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୨ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ମୃତକ ମାନେ ହେଲେ ଧର୍ମଗଡ ଥାନା ଥନଟଗାଁ ର ଲିଙ୍ଗରାଜ ଦୁର୍ଗା ଓ ଲଳିତ ତାଣ୍ଡି l ଉଭୟ ନିଜ ଗାଁ ଥନଟରୁ ଧର୍ମଗଡ଼କୁ ବିଜୁ ଏକ୍ସପ୍ରେସ ଦେଇ ସ୍କୁଟି ଯୋଗେ ଯାଉଥିବା ବେଳେ କେବିଡି ଗାଁ ଛକରେ ଧକ୍କା ଦେଇଥିଲା ସଫାରୀ l ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣଙ୍କର ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଉଥିବା ବେଳେ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିବା ବେଳେ ପୋଲିସ ପହଂଚି ଡ୍ରାଇଭରକୁ ଅଟକ ରଖି ଲୋକଙ୍କୁ ବୁଝାସୁଝା କରୁଛି l
Tags:




