୨ କ୍ୱିଣ୍ଟାଲ ଭେଜାଲ ପନିର ଜବତ

୨ କ୍ୱିଣ୍ଟାଲ ଭେଜାଲ ପନିର ଜବତ
Samaya Live News Picture
Published On

କଟକ : ମସଲା ପରେ ପରେ ବଜାରରୁ ବିପୁଳ ପରିମାଣରେ ଅପମିଶ୍ରିତ ପନିର ଜବତ  I ଭେଜାଲ ପନିର ବିକ୍ରି ଅଭିଯୋଗରେ କଟକ ମହାନଗର ନିଗମର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଏହି ଚଢ଼ାଉରେ ସହରରେ  ଥିବା ବିଭିନ୍ନ ହୋଟେଲ ଗୁଡ଼ିକରୁ ପ୍ରାୟ ୨ କ୍ୱିଣ୍ଟାଲରୁ ଉର୍ଦ୍ଧ୍ବ ମଇଦା ମିଶା ଅପମିଶ୍ରିତ ପନିର ଜବତ କରାଯାଇ ଡମ୍ପିଂୟାର୍ଡ଼ରେ ନଷ୍ଟ କରାଯାଇଛି । ଜବତ ହୋଇଥିବା ପନିର ନିଆଳି ଅଞ୍ଚଳରୁ ଆସିଥିବା ସୂଚନା ମିଳିଛି । ନକଲି ପନିର ବିକ୍ରି ହେଉଥିବା ନେଇ ସୂଚନା ପାଇବା ପରେ ସ୍ୱାସ୍ଥ୍ୟ ବିଭାଗ ଲିଙ୍କ ରୋଡ୍ ନିକଟରେ ଥିବା ହୋଟେଲ ଗୁଡିକ ଉପରେ ଚଢ଼ାଉ କରିଥିଲା। 

ଏହାସହ ପନିରର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । ପରୀକ୍ଷା ରିପୋର୍ଟ ଆସିବା ପରେ ତାହାକୁ ସମୀକ୍ଷା କରାଯାଇ ସମ୍ପୃକ୍ତ ବ୍ୟବସାୟୀଙ୍କ ବିରୋଧରେ ନିୟମାନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମହାନଗର ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି । ଉଲ୍ଲେଖଯୋଗ୍ୟ, ଏହାର ଗୋଟିଏ ଦିନ ପୂର୍ବରୁ ସିଡିଏ ସେକ୍ଟର-୭ ଅଞ୍ଚଳରେ ମଧ୍ୟ ଚଢ଼ାଉ କରାଯାଇ ପ୍ରାୟ ୧ କ୍ୱିଣ୍ଟାଲ ଭେଜାଲ ପନିର ଜବତ କରାଯାଇଥିଲା । ଲଗାତାର ଭାବେ ନକଲି ପନିର ଜବତ ହେବା ଘଟଣାକୁ ନେଇ ସହରବାସୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି । ଆଗକୁ ଅପମିଶ୍ରିତ ପନୀର ବିକ୍ରି ଉପରେ ଚଢ଼ାଉକୁ ଜୋରଦାର କରାଯିବ ବୋଲି କହିଛନ୍ତି ନଗର ସ୍ୱାସ୍ଥ୍ୟ ଅଧିକାରୀ ।

Tags: