ଜାଲରେ ପଡିଲା ୨ କ୍ୱିଣ୍ଟାଲ ସାର୍କ

ଜାଲରେ ପଡିଲା ୨ କ୍ୱିଣ୍ଟାଲ ସାର୍କ
Samaya Live News Picture
Published On

ଭୋଗରାଇ : ମତ୍ସ୍ୟଜୀବୀ ଜାଲରେ ପଡିଲା ବିଶାଳ ସାର୍କ ମାଛ । ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗର ଦୀଘା ମୁହାଣ ଆନ୍ତର୍ଜାତିକ ମତ୍ସ୍ୟ ଅବତରଣ କେନ୍ଦ୍ର ଠାରେ ୨ କୁଇଣ୍ଟାଲରୁ ଉର୍ଦ୍ଧ୍ବ ଓଜନର ଏକ ସାର୍କ ମାଛ ମତ୍ସ୍ୟଜୀବୀଙ୍କ ଜାଲରେ ଧରା ପଡିଥିବା ଦେଖିବାକୁ ମିଳିଛି । ପରେ, ଏହାକୁ ଟ୍ରଲରରେ ଲୋଡ୍ କରି କୂଳକୁ ଅଣାଯାଇଥିଲା। ସେଠାରୁ, ଏକ ଗାଡ଼ିରେ ସ୍ଥାନାନ୍ତର କରାଯାଇ ପଶ୍ଚିମବଙ୍ଗର ମୋହନାରେ ଅନ୍ତର୍ଜାତୀୟ ମାଛ ଅବତରଣ କେନ୍ଦ୍ରକୁ ବିକ୍ରୟ ପାଇଁ ନିଆଯାଇଥିଲା।

ମାଛଟି ବିରାଟକାୟ ହୋଇଥିବାରୁ ଏହାକୁ ଦେଖିବା ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ପ୍ରବଳ ଭିଡ଼ ଲାଗିଥିଲା। ମାଛଟିର ବିଭିନ୍ନ ଅଂଶ  ଔଷଧ କାର୍ଯ୍ୟରେ ବ୍ୟବହାର କରାଯାଉଥିବାରୁ ଏହାର ଅଧିକ ଚାହିଦା ରହିଥିବା କୁହାଯାଉଛି । 

Tags: