ଦେବ୍ରିଗଡ ଅଭୟାରଣ୍ୟକୁ ଆସିବେ ୨ଟି ନୂଆ ବାଘ

ଦେବ୍ରିଗଡ ଅଭୟାରଣ୍ୟକୁ ଆସିବେ ୨ଟି ନୂଆ ବାଘ

ଭୁବନେଶ୍ୱର: ଶିମିଳିପାଳ ପରେ ଏବେ ବରଗଡ଼ ଓ ସମ୍ବଲପୁର ଜିଲ୍ଲାକୁ ବ୍ୟାପିଥିବା ଦେବ୍ରିଗଡ ଅଭୟାରଣ୍ୟରେ ବୃଦ୍ଧି ହେବ ବାଘ ସଂଖ୍ୟା । ଅଭୟାରଣ୍ୟକୁ ଆସିବେ ୨ଟି ନୂଆ ବାଘ । ଏନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଷରାମ ସିଂ ଖୁଣ୍ଟିଆ । ସେ କହିଛନ୍ତି ନ୍ୟାସନାଲ ଟାଇଗର କନଜରଭେସନ ସହ ଆମେ ଯୋଗାଯୋଗରେ ଅଛୁ । ଭବିଷ୍ୟତରେ ୨ଟି ବାଘ ଆଣିବା ନେଇ ଯୋଜନା ରହିଛି ବୋଲି ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର ହାତୀ ଆକ୍ରମଣରେ ଜଣେ ମୃତ

ଦେବ୍ରିଗଡ଼ରେ ବ୍ୟାଘ୍ର ଆଣିବା ପାଇଁ ସ୍ଥାନୀୟ ଲୋକଙ୍କ ସହଯୋଗ ଦରକାର ରହିଛି । ଆମେ ସେମାନଙ୍କ ସହ ଆଲୋଚନା ଜାରି ରଖିଛୁ ବୋଲି ମନ୍ତ୍ରୀ କହିଛନ୍ତି । 

ସମ୍ବନ୍ଧିତ ଖବର ଘନ କୁହୁଡି ଯୋଗୁଁ ରାଜଧାନୀରେ ବିମାନ ଉଡ଼ାଣରେ ବିଳମ୍ବ

ପୂର୍ବରୁ ଶିମିଳିପାଳକୁ ଯମୁନା ଏବଂ ଜିନତକୁ ଅଣାଯାଇଥିଲା । ହେଲେ ଏ ପର୍ଯ୍ୟନ୍ତ ବଂଶବୃଦ୍ଧିରେ ଆମକୁ ସଫଳତା ମିଳିପାରିନି । ସେମାନେ ସୁରକ୍ଷିତ ଅଛନ୍ତି । ବଂଶବୃଦ୍ଧି ନେଇ ଭାଗ୍ୟ ଆମକୁ ସାଥ ଦେଇନି । କିନ୍ତୁ ପ୍ରୟାସ ଜାରି ରହିଛି । ଜିପିଏସ ଟ୍ରାକିଂ କରାଯାଉଛି । କ୍ୟାମେରା ମାଧ୍ୟମରେ ମନିଟରିଂ ମଧ୍ୟ ଜାରି ରହିଛି ବୋଲି ମନ୍ତ୍ରୀ କହିଛନ୍ତି ।

ସମ୍ବନ୍ଧିତ ଖବର ଡାକ୍ତରଙ୍କ ଦାବିର ତର୍ଜମା ପାଇଁ କମିଟି ଗଠନ - ମନ୍ତ୍ରୀ

Tags: