ନିଆଁରେ ଖସି ପଡି ୨ ମାସର ଶିଶୁ ଗୁରୁତର
By: Samaya Live News
ବାଲେଶ୍ୱର : ନିଆଁ ପୋଇଁବା ହେଲା କାଳ । କୋଳରେ ୨ ମାସର ଶିଶୁକୁ ଧରି ନିଆଁ ସେକି ହେଉଥିବା ବେଳେ ଅସାବଧାନତା ବଶତଃ ନିଆଁରେ ଶିଶୁଟି ଖସି ପଡିଥିଲା । ଫଳରେ କଅଁଳ ଶିଶୁଟି ନିଆଁରେ ପୋଡି ହୋଇ ଗୁରୁତର ହୋଇ ପଡିଛି । ଏଭଳି ଦାରୁଣ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଚାଲନ୍ତି ଗାଁରେ । ଗୁରୁତର ଶିଶୁକୁ ପ୍ରଥମେ ଜଳେଶ୍ବର ହସପିଟାଲ ଏବଂ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରା ଯାଇଛି ।
ସମ୍ବନ୍ଧିତ ଖବର ନକ୍ସଲ ମୁକ୍ତ ହେଉଛି ଓଡିଶା - ମୁଖ୍ୟମନ୍ତ୍ରୀ
ଘଟନାନୁସାରେ, ପ୍ରବଳ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଗାଁର ତାରନ ହେମ୍ବ୍ରମଙ୍କ ପରିବାର ଚୁଲିରେ ନିଆଁ ଲଗାଇ ନିଆଁ ପାଖରେ ବସିଥିଲେ । ଅସାବଧାନତା ଯୋଗୁଁ ମାଆ ହାତରୁ ଶିଶୁଟି ଚୁଲିରେ ପଡି ଯାଇଥିଲା । ତେବେ ତୁରନ୍ତ ଚୁଲି ଭିତରୁ ଶିଶୁକୁ ପରିବାର ଲୋକେ ଉଦ୍ଧାର କରିଥିବା ବେଳେ ଅଧିକାଂଶ ଅଂଶ ପୋଡି ଯାଇଥିବା ଜଣାପଡିଛି । ଏହି ଘଟଣାରେ ଦୁଃଖରେ ଭାଙ୍ଗି ପଡିଛନ୍ତି ପରିବାର ଲୋକେ ।
ସମ୍ବନ୍ଧିତ ଖବର ଜମି ପଟ୍ଟା ପାଇଁ ବ୍ୟବହାର ହେବ କ୍ୟୁଆର କୋଡ଼ - ମନ୍ତ୍ରୀ
Tags:



