ବାଇକ ଧକ୍କାରେ ୨ ମାଟ୍ରିକ ପରୀକ୍ଷାର୍ଥୀ ଗୁରୁତର

ବାଇକ ଧକ୍କାରେ ୨ ମାଟ୍ରିକ ପରୀକ୍ଷାର୍ଥୀ ଗୁରୁତର
Samaya Live News Picture
Published On
ସୋର : ଅଧାରେ ରହିଲା ମାଟ୍ରିକ ପରୀକ୍ଷା । ସାଇକେଲ ସହ ବାଇକ ଧକ୍କା ହେବାରୁ ଦୁଇ ଦଶମ ଶ୍ରେଣୀ ଛାତ୍ରୀ ଗୁରୁତର ହୋଇଛନ୍ତି । ୨ ପରୀକ୍ଷାର୍ଥୀ ହେଲେ ଅଭଣା ଗ୍ରାମର ମମତା ମାଝୀ ଓ ଜ୍ୟୋତି ମାଝୀ।  ଆଜି ସକାଳେ ଦୁହେଁ ଏକ ସାଇକେଲରେ ବିଷ୍ଣୁପୁର ହାଇସ୍କୁଲକୁ ମାଟ୍ରିକ୍ ପରୀକ୍ଷା ଦେବାକୁ ଯାଉଥିବା ବେଳେ ଏକ ବାଇକ ଉଭୟଙ୍କୁ ଧକ୍କା ଦେଇଥିଲା । ଗୁରୁତର ବସ୍ଥାରେ ଦୁହେଁ ରାସ୍ତାରେ ପଡିଥିବାବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଗୋପାଳପୁର ଡାକ୍ତରଖାନାକୁ ନେଇଥିଲେ ମାତ୍ର ସେଠାରେ ଜ୍ୟୋତିଙ୍କର ଡାହାଣ ହାତ ବୁଢ଼ା ଆଙ୍ଗୁଳି କଟିଯିବା ଫଳରେ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି।
 
ମମତାଙ୍କ ମୁଣ୍ଡରେ କ୍ଷତ ସୃଷ୍ଟି ହୋଇଥିବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାକୁ ନେଇସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକଶ କରିଛନ୍ତି ।
 
Tags: