ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ

ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ

ମାଲକାନଗିରି : ସୁରକ୍ଷାକର୍ମୀଙ୍କୁ ବଡ ସଫଳତା । ଟଳିଲେ ଦୁଇ କୁଖ୍ୟାତ ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର କାଭରଗଟ୍ଟା ଜଙ୍ଗଲରେ  ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ମାଓବାଦୀ ପ୍ରାଣ ହରାଇଛନ୍ତି । ଦକ୍ଷିଣ ବିଜାପୁର ଅଞ୍ଚଳର କାଭରଗଟ୍ଟା ଏନକାଉଣ୍ଟର ସ୍ଥଳରୁ କୁଖ୍ୟାତ ମାଓବାଦୀ ଏସିଏମ୍‌ ପ୍ରଦୀପ ଓ ଭୀମାଙ୍କ ମୃତ ଦେହ ଉଦ୍ଧାର ହୋଇଛି । କଭରଗଟ୍ଟା ପଞ୍ଚାୟତର ପୂର୍ବତନ ସରପଞ୍ଚ ଭୀମା ମାଡକାମଙ୍କ ହତ୍ୟା ଘଟଣାରେ ସାମିଲ ଥିଲେ ଏହି ଦୁଇ ମାଓବାଦୀ । ଘଟଣା ସ୍ଥଳରୁ ଗୋଟିଏ ଏକେ-୪୭ ବନ୍ଧୁକ, ଗୋଟିଏ ୯ ଏମ୍‌ଏମ୍‌ ପିସ୍ତଲ, ଅଫୁଟା ଗୁଳି, ବିସ୍ଫୋରକ ସହ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରାଯାଇଛି ।

ସମ୍ବନ୍ଧିତ ଖବର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ

ସୂଚନାନୁସାରେ,କାଭରଗଟ୍ଟା ଜଙ୍ଗଲରେ କିଛି ମାଓବାଦୀ ଲୁଚିଥିବା ନେଇ ସୁରକ୍ଷାକର୍ମୀଙ୍କୁ ଗୁଇନ୍ଦା ରିପୋର୍ଟ ମିଳିଥିଲା । ଏହାପରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ତେବେ ଯବାନଙ୍କୁ ଦେଖି ମାଓବାଦୀମାନେ ପ୍ରଥମେ ଗୁଳିମାଡ କରିଥିଲେ । ତେବେ ଯବାନଙ୍କ ପାଲଟା ଜବାବରେ ୨ କୁଖ୍ୟାତ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ସୁରକ୍ଷାକର୍ମୀମାନେ ଘଟଣାସ୍ଥଳରେ ବର୍ତ୍ତମାନ ସୁଦ୍ଧା ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।

ସମ୍ବନ୍ଧିତ ଖବର ଇଡିରେ ହାଜର ହେଲେ ବାଲି ମାଫିଆ ବିଶ୍ୱଜିତ ପାତ୍ର

Tags: