ପୋଖରୀରେ ବୁଡି ୨ଛାତ୍ରୀଙ୍କ ମୃତ୍ୟୁ
କଲ୍ୟାଣସିଂହପୁର : ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ । ଏଭଳି ଅଭବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୂଜାରୀଗୁଡା ପଞ୍ଚାୟତ ବଡ଼ନାୟକଗୁଡ଼ା ଗ୍ରାମରେ ଇ ମୃତ ଦୁଇ ନାବାଳିକା ହେଲେ ପୂଜାରୀଗୁଡ଼ା ପଞ୍ଚାୟତ ବଡ଼ନାୟକଗୁଡ଼ା ଗାଁର ୧୨ ବର୍ଷୀୟ ନିଲୁ କାଡ୍ରାକା ୧୨ ବର୍ଷୀୟ କାମି ତିଆକା । ଦୁଇ ନାବାଳିକା ବଡନାୟକଗୁଡା ବିଦ୍ୟାଳୟରେ ୭ମ ଶ୍ରେଣୀରେ ପଢୁଥିଲେ । ଆଜି ୨ଜଣ ମିଶି ବଡ଼ନାୟକଗୁଡା ଗ୍ରାମ ଠାରୁ ପ୍ରାୟ ଏକ କିମି ଦୁରରେ ଥିବା ଶାନ୍ତିନଗର ନିକଟ ପୋଖରୀକୁ ଗାଧୋଇବା ପାଇଁ ଯାଇ ବିଡି ଯାଇଥିଲେ । ଏହା ଦେଖି ଗ୍ରାମବାସୀ ଦୁଇ ନାବାଳିକାକୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ କଲ୍ୟାଣସିଂହପୁର ପୁଲିସ ପହଞ୍ଚି ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।
Tags:




