ଜୋର ରେ ଭାସିଗଲେ ୨ କାଉଡିଆ ,ଜଣେ ଉଦ୍ଧାର ଜଣେ ନିଖୋଜ
ଅନୁଗୁଳ : ଶ୍ରାବଣ ସୋମବାରରେ ମହାଦେବଙ୍କୁ ଜଳଲାଗି ପାଇଁ ଯିବାବେଳେ ଅଘଟଣ ଇ ଅନୁଗୋଳ ଜିଲା ଟିପିରିସିଙ୍ଗା ମନ୍ଦିର ନିକଟ ଲିଙ୍ଗରା ଜୋରରୁ ପାଣି ଉଠାଇବାକୁ ଯାଇଥିବାବେଳେ ଭାସିଗଲେ ୨ ଭାଇ । ସ୍ଥାନୀୟ ଲୋକଙ୍କ ସହାୟତାରେ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ଏବେ ବି ନିଖୋଜ ଅଛନ୍ତି । ୨ କାଉଡିଆ ଭାଇ ହେଉଛନ୍ତି ଅନୁଗୋଳ ବେନ୍ତପୁର ଗ୍ରାମର ସୁଧିର ରଥଙ୍କ ପୁଅ ସୁମିତସୈରବ ରଥ (୧୬)ଓ ତାଙ୍କ ଦଦାପୁଅ ରୁଚିର କୁମାର ରଥଙ୍କ ପୁଅ ଆୟୁଷ କୁମାର ରଥ (୧୬) ।
ଘଟନାନୁସାରେ, ଆଜି ଦ୍ୱିତୀୟ ଶ୍ରାବଣ ସୋମବାର ଉପଲକ୍ଷେ ଟିପିରିସିଂହା ମନ୍ଦିରରେ ଜଳାଭିଷେକ ପାଇଁ ଉଭୟ ଭକ୍ତ ଲିଙ୍ଗରା ନାଳକୁ ପାଣି ଆଣିବାକୁ ଯାଇଥିଲେ। ତେବେ ପାଣି ସଂଗ୍ରହ କରୁଥିବା ସମୟରେ ହଠାତ୍ ପାଣିର ପ୍ରବଳ ସୁଅ ଆସିବାରୁ ଉଭୟେ ଭାସି ଯାଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ପଦକ୍ଷେପ ନେଇ ଜୋର ଠାରୁ ଦୁଇ କିଲୋମିଟର ଦୂରରେ ସୁମିତସୈରବଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ଓ ଆୟୁଷଙ୍କର ଏପର୍ଯ୍ୟନ୍ତ ପତା ମିଳି ପାରିନାହିଁ। ଉଦ୍ଧାର କାର୍ଯ୍ୟରେ ଅନୁଗୋଳ ଦମକଳବାହିନୀ ନିୟୋଜିତ ରହିଛନ୍ତି । ତେବେ ଆଗରୁ ଡେରେଜାଙ୍ଗ ଡ୍ୟାମରୁ ରାତି ୧୨ଟା ସମୟରେ ଜଳ ନିଷ୍କାସନ ପାଇଁ ଡ଼ାକବାଜି ଯନ୍ତ୍ରରେ ସୁଚନା ଦିଆଯାଇଥିଲା ବୋଲି ଜଣା ପଡିଛି ।




