ଧାନ ପାଇଁ ଗଲା ୨ ଚାଷୀଙ୍କ ଜୀବନ

ଧାନ ପାଇଁ ଗଲା ୨ ଚାଷୀଙ୍କ ଜୀବନ

କେନ୍ଦ୍ରାପଡା / ଗଞ୍ଜାମ :  ଧାନ କିଣାକୁ ନେଇ ଗୁରୁତର ଅଭିଯୋଗ । ମିଲରଙ୍କ ମନମାନୀ ଯୋଗୁଁ ୨ ଚାଷୀଙ୍କ ଜୀବନ ଯାଇଥିବା କୁହାଯାଉଛି । କେନ୍ଦ୍ରାପଡା ଓ ଗଞ୍ଜାମ ଜିଲ୍ଲାରୁ ଆସିଛି ଏପରି ଦୁଃଖଦ ଖବର । ଆଜି କେନ୍ଦ୍ରାପଡା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ କୁଣଗଡି ଗାଁରେ ଘଟିଛି ଅଭାବନୀୟ ଘଟଣା । ମିଲରଙ୍କ ନିର୍ଯାତନା ସହି ନପାରି ଜଣେ ଚାଷୀଙ୍କ ଜୀବନ ଯାଇଥିବା ଅଭିଯୋଗ ଆସିଛି । ମୃତକ ହେଉଛନ୍ତି ତ୍ରିଲୋଚନ । ଧାନବିକ୍ରି ପାଇଁ ୪୦ ଦିନ ଧରି ସମବାୟ ସମିତିକୁ ଦୌଡ଼ିଥିଲେ ତ୍ରିଲୋଚନ । ଜାନୁଆରୀ ୧୬ରେ ଧାନ ଦେବାକୁ ତ୍ରିଲୋଚନଙ୍କୁ ମେସେଜ ଆସିଥିଲା I ମେସେଜ ପାଇବା ପରେ ସେ ଧାନ ନେଇ ରାମଚଣ୍ଡୀ ମିଲକୁ ଯାଇଥିଲେ । ମିଲରେ ଧାନ ରଖି ୩ ଦିନ ଧରି ଭୋକ ଉପାସରେ ଧାନକୁ ଜଗି ରହିଥିଲେ । ଏପରିକି ତାଙ୍କ ଧାନ ଅନଲୋଡ଼ ପାଇଁ କ୍ୱିଣ୍ଟାଲ ପିଛା ୬ କେଜି ଧାନ କଟାଯାଇ ୩ କ୍ୱିଣ୍ଟାଲ ଧାନ ଏବଂ ୩ ହଜାର ଟଙ୍କା ମଧ୍ୟ ଡିପୋଜିଟ କରିଥିଲେ । ଏହାପରେ ସେ ଗତକାଲି ଘରକୁ ଫେରି ହଠାତ ଅସୁସ୍ଥ ହୋଇପଡ଼ି ପ୍ରାଣ ହରାଇଥିଲେ । ତେବେ ମିଲର ସମ୍ପାଦକଙ୍କ ଅବହେଳା ପାଇଁ ତ୍ରିଲୋଚନକ ମୃତ୍ୟୁ ହୋଇଥିବା ନେଇ ପରିବାରପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ସାରା କୁଣଗଡି ଗାଁ ରେ ଶୋକର ଛାୟା ଖେଳିଯିବା ସହ ମିଲରଙ୍କ ମନମାନୀକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । 

ସମ୍ବନ୍ଧିତ ଖବର ହଳଦିଆ ପଦର ଓଭର ବ୍ରିଜ ଦୁର୍ଘଟଣାକୁ ନେଇ ପରିବହନ ମନ୍ତ୍ରୀଙ୍କ ପ୍ରତିକ୍ରିୟା

ସେପଟେ,ଧାନବିକ୍ରିକୁ ନେଇ ଗଞ୍ଜାମ ସୋରଡାରେ ମଧ୍ୟ ଜଣେ ଚାଷୀଙ୍କର ହୃଦଦ୍‌ଘାତରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି  । ଧାନ ବିକ୍ରି ପାଇଁ ବାରମ୍ବାର ମଣ୍ଡିକୁ ଦୌଡ଼ିବା ପରେ ଶେଷରେ ନିରାଶ ହୋଇ ଚାଷୀ ହୃଦଘାତରେ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି  ।  ମୃତ ଚାଷୀ ହେଲେ ସୋରଡା ବ୍ଳକର ଚାକୁଣ୍ଡା ଗାଁର ୪୦ ବର୍ଷୀୟ ଗଣେଶ ବିଶୋୟୀ ।

ସମ୍ବନ୍ଧିତ ଖବର ୪ ମହଲା ଛାତରୁ ପଡି ମହିଳାଙ୍କ ମୃତ୍ୟୁ ,୭ ଅଟକ

ଗଣେଶ ଗତକାଲି ୯୦ ବସ୍ତା ଧାନ ଧରି ମିଲକୁ ଯାଇଥିଲେ ।  ମିଲର ୧୫ ବସ୍ତା ଧାନ ରଖି ବାକି ଧାନ ଗମର  ହୋଇଛି ବୋଲି ଫେରାଇ ଦେଇଥିଲେ । ଫଳରେ ସେ ସେଠାରେ ହିଁ ଅସୁସ୍ଥ ହୋଇ ପଡିଥିଲେ  ।   ପରେ ତାଙ୍କୁ ବଡ଼ଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଏହାକୁ ନେଇ ଚାପା ଉତେଜନା ଲାଗି ରହିଥିବା ବେଳେ ଗଣେଶଙ୍କ ଶବ ବ୍ୟବଚ୍ଛେଦ ପାଇଁ ଆସିକା ପଠା ଯାଇଛି  ।

ସମ୍ବନ୍ଧିତ ଖବର ରାଜ୍ୟରେ ୧୧୭୧ଟି ସ୍କୁଲ ବସରେ ନାହିଁ ଫିଟନେସ୍‌ ସାର୍ଟିଫିକେଟ

 

Tags: