ଆଜି ଠାରୁ ଆରମ୍ଭ ହେଲା +୨ ପରୀକ୍ଷା
ଭୁବନେଶ୍ୱର : ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି +୨ ଥିଓରି ପରୀକ୍ଷା। ମାର୍ଚ୍ଚ ପହିଲାରୁ ବିଜ୍ଞାନ ପରୀକ୍ଷା ଆରମ୍ଭ ହେଉଥିବା ବେଳେ ମାର୍ଚ୍ଚ ୨ ରୁ ଆରମ୍ଭ ହେବ +୨ କଳାଓ ବାଣିଜ୍ୟ ପରୀକ୍ଷା Iପରୀକ୍ଷା ପାଇଁ ସକାଳ ୮.୩୦ ସୁଦ୍ଧା ସମସ୍ତ କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିଥିଲା। ଦିନ ୧୦ଟାରୁ ଦିନ ୧ଟା ଯାଏ ଗୋଟିଏ ସିଟିଂରେ ପରୀକ୍ଷା କରାଯିବ । ୧୧ଶହ ୪୫ଟି କେନ୍ଦ୍ରରେ ମୋଟ ୩ଲକ୍ଷ ୫୭ ହଜାର ୯୪୨ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି […]
ଭୁବନେଶ୍ୱର : ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି +୨ ଥିଓରି ପରୀକ୍ଷା। ମାର୍ଚ୍ଚ ପହିଲାରୁ ବିଜ୍ଞାନ ପରୀକ୍ଷା ଆରମ୍ଭ ହେଉଥିବା ବେଳେ ମାର୍ଚ୍ଚ ୨ ରୁ ଆରମ୍ଭ ହେବ +୨ କଳାଓ ବାଣିଜ୍ୟ ପରୀକ୍ଷା Iପରୀକ୍ଷା ପାଇଁ ସକାଳ ୮.୩୦ ସୁଦ୍ଧା ସମସ୍ତ କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିଥିଲା। ଦିନ ୧୦ଟାରୁ ଦିନ ୧ଟା ଯାଏ ଗୋଟିଏ ସିଟିଂରେ ପରୀକ୍ଷା କରାଯିବ । ୧୧ଶହ ୪୫ଟି କେନ୍ଦ୍ରରେ ମୋଟ ୩ଲକ୍ଷ ୫୭ ହଜାର ୯୪୨ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି I କପି ରୋକିବାକୁ ୪ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। +୨ ର ସମସ୍ତ ପରୀକ୍ଷା ଏପ୍ରିଲ ୫ ମଧ୍ୟରେ ସରିବ I
ବିଜ୍ଞାନରେ ମୋଟ ୯୩ହଜାର ୮୯୪ ପରୀକ୍ଷାର୍ଥୀ ଅଛନ୍ତି I ପ୍ରଥମ ଦିନ ବିଜ୍ଞାନ ବିଭାଗ ଏମ୍ଆଇଏଲ୍(ଓଡ଼ିଆ) ପରୀକ୍ଷା ରହିଛି। ଧାର୍ଯ୍ୟ ସମୟର ୩୦ ମିନିଟ୍ ପୂର୍ବରୁ ପରୀକ୍ଷାର୍ଥୀ କେନ୍ଦ୍ର ଭିତରକୁ ପ୍ରବେଶ କରିବେ। ୧୫ ମିନିଟ୍ ପୂର୍ବରୁ ପରୀକ୍ଷାର୍ଥୀ ନିଜ ସିଟ୍ରେ ବସିବେ। ପରୀକ୍ଷାର ୧୫ ମିନିଟ୍ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ଉତ୍ତରଖାତା ଏବଂ ୫ ମିନିଟ୍ ପୂର୍ବରୁ ପ୍ରଶ୍ନପତ୍ର ବଣ୍ଟନ କରାଯିବ। ଠିକ୍ ୧୦ଟା ବେଳେ ପରୀକ୍ଷାର୍ଥୀଙ୍କୁ ଉତ୍ତର ଖାତାରେ ଲେଖିବାକୁ ଅନୁମତି ମିଳିବ। ସିସିଟିଭି ସର୍ଭେଲାନ୍ସ ମାଧ୍ୟମରେ ପରୀକ୍ଷା ପରିଚାଳନା କରାଯିବ ।
ସେହିପରି କଳା ବିଭାଗରେ ୨ଲକ୍ଷ ୩୩ହଜାର ୮୫୫ ପରୀକ୍ଷାର୍ଥୀ ରହିଥିବା ବେଳେ ବାଣିଜ୍ୟରେ ୨୪ହଜାର ୩୩୧ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ୫୮୬୨ଜଣ ରହିଛନ୍ତି। ସେମାନଙ୍କ ମଧ୍ୟରୁ ରେଗୁଲାରରେ ୩ଲକ୍ଷ ୩୮ ହଜାର ୨୨୧ଜଣ, ଏକ୍ସ-ରେଗୁଲାରରେ ୧୭ ହଜାର ୬୯୬ ଓ ଦୂର ନିରନ୍ତରରେ ୨୦୨୫ଜଣ ପରୀକ୍ଷାର୍ଥୀ ଅଛନ୍ତି। ପରୀକ୍ଷା ଲାଗି ୨୦୨ଟି ପରୀକ୍ଷା ପରିଚାଳନା ହବ୍ ଅଧୀନରେ ୧୧୪୫ଟି ପରୀକ୍ଷା କେନ୍ଦ୍ର ହୋଇଛି। ସେଥିରେ ୬ଟି ଉପ-ପରୀକ୍ଷା କେନ୍ଦ୍ର ରହିଛି।




