ସଡକ ଦୁର୍ଘଟଣାରେ ୨ ଇଞ୍ଜିନିୟର ଛାତ୍ରଙ୍କ ମୃତ୍ୟୁ

ସଡକ ଦୁର୍ଘଟଣାରେ ୨ ଇଞ୍ଜିନିୟର ଛାତ୍ରଙ୍କ ମୃତ୍ୟୁ
Samaya Live News Picture
Published On

ଭୁବନେଶ୍ୱର : ରାଜଧାନୀରେ ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଛାତ୍ରଙ୍କ କାର ଉପରେ ଏକ ଦ୍ରୁତଗାମୀ ହାଇଓ୍ବା ମାଡିଯିବାରୁ ୨ଜଣ ଛାତ୍ରଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ଗତ ବିଳମ୍ବିତ ରାତିରେ  ଚନ୍ଦକା ଥାନା ଭୋଳା ଛକ ନିକଟରେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଭୋଳା ଆପାର୍ଟମେଣ୍ଟ ସାମ୍ନାରେ ଘଟିଛି ଦୁର୍ଘଟଣା । ଦୁଇ ମୃତକ ସେହି ସ୍ଥାନୀୟ ଏକ ଆପାର୍ଟମେଣ୍ଟରେ ରହୁଥିଲେ । ରାତିରେ ପାର୍ଟି ସାରି ରୁମକୁ ଫେରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ।

 

Tags: