ପିଆଜ ବୋଝେଇ ଟ୍ରକ ଦୁର୍ଘଟଣାରେ ୨ ମୃତ

ବ୍ରହ୍ମପୁର : ଗଛରେ ପାରିବ ବୋଝେଇ ଟ୍ରକ ପିଟି ହୋଇ ୨ ମୃତ I ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ କୋକୋଳଵା ଗ୍ରାମ ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା Iଏଥିରେ ଟ୍ରକ ଡ୍ରାଇଭର ଓ ହେଲପରଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି I ସୂଚନାନୁସାରେ, ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ କୋକୋଳଵା ଗ୍ରାମ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଏକ ପିଆଜ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା। ଏହାଫଳରେ […]

Samaya Live Picture
Published On

ବ୍ରହ୍ମପୁର : ଗଛରେ ପାରିବ ବୋଝେଇ ଟ୍ରକ ପିଟି ହୋଇ ୨ ମୃତ I ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ କୋକୋଳଵା ଗ୍ରାମ ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା Iଏଥିରେ ଟ୍ରକ ଡ୍ରାଇଭର ଓ ହେଲପରଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି I

ସୂଚନାନୁସାରେ, ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ କୋକୋଳଵା ଗ୍ରାମ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଏକ ପିଆଜ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା। ଏହାଫଳରେ ଟ୍ରକର ଡ୍ରାଇଭର୍ ଓ ହେଲପରଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଟ୍ରକ ଟି କୋକୋଳବା ଗ୍ରାମ ଦେଇ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅଞ୍ଚଳକୁ ଯାଉଥିଲା I ଦୁର୍ଘଟଣାର ଖବର ପାଇ ତାରାସିଙ୍ଗି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ମୃତଦେହକୁ ଉଦ୍ଧାର କରିବା ସହ ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏପର୍ଯ୍ୟନ୍ତ ମୃତକ ଦୁଇ ଜଣଙ୍କ ପରିଚୟ ମିଳିପାରି ନ ଥିବାବେଳେ,ଟ୍ରକଟି ମହାରାଷ୍ଟ୍ରରୁ ପିଆଜ ନେଇ ବ୍ରହ୍ମପୁରକୁ ଆସୁଥିବା ଜଣାପଡିଛି I