ଶାରଳା ବସ ଧକ୍କାରେ ମହିଳା ସାମ୍ବାଦିକାଙ୍କ ସମେତ ୨ ମୃତ

ଶାରଳା ବସ ଧକ୍କାରେ ମହିଳା ସାମ୍ବାଦିକାଙ୍କ ସମେତ ୨ ମୃତ

ଭୁବନେଶ୍ୱର : ଯାତ୍ରୀବାହୀ ବସ ଧକ୍କାରେ ୨ ମହିଳାଙ୍କ ମୃତ୍ୟୁ । ଏମାନଙ୍କ ମଧ୍ୟରେ ଜଣେ ମହିଳା ସାମ୍ବାଦିକା ଅଛନ୍ତି ।  ମୃତକ ହେଲେ ସାମ୍ବାଦିକା ଶିଲା ପଟ୍ଟନାୟକ ଏବଂ ଅନ୍ୟ ଜଣଙ୍କର ପରିଚୟ ମିଳିପାରିନାହିଁ । ଆଜି ସକାଳେ କାମରେ ନିଜ ସ୍କୁଟି ଯୋଗେ ପୁରୀ ଅଭିମୁଖେ ଯାଉଥିବାବେଳେ ପିପିଲି ମଙ୍ଗଳପୁର ଥାନା ଜମାଲପୁର ନିକଟରେ ସ୍କୁଟି ଆରୋହୀଙ୍କ ଉପରେ ଚଢି ଯାଇଥିଲା ଯାତ୍ରୀବାହୀ ଶାରଳା ବସ । ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ରାସ୍ତା କଡରେ ଜମା ହୋଇଥିବ। ବାଲି ଉପରେ ସ୍କୁଟି ଚକ ସ୍ଲିପ କରିବାରୁ ପ୍ରଥମେ ଆରୋହୀ ୨ ଜଣ ତଳେ ପଡିଯାଇଥିଲେ । ଏହି ସମୟରେ ପଛରେ ଆସୁଥିବା ଶାରଳା ବସଟି ସେମାନଙ୍କ ଉପରେ ଚଢ଼ିଯାଇ  ଗାଡ଼ିଟିକୁ ପ୍ରାୟ ୩୦ ମିଟର ଯାଏଁ ଘୋଷାଡ଼ି ନେଇଥିଲା । ମୃତ ଶୀଲାଙ୍କର ଏକ ଛୋଟ ପୁଅ ଥିବା ସୂଚନା ମିଳିଛି । ଦୁର୍ଘଟଣା ପରେ ଟ୍ରାଫିକ ସମସ୍ୟା ଉପୁଜିଥିବାବେଳେ ପିପିଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରାଫିକ ପରିସ୍ଥିତି ସମ୍ଭାଳିବା ସହ ଦୁର୍ଘଟଣା ଗ୍ରସ୍ତ ଦୁଇଟି ଯାକ ଗାଡିକୁ ଜବତ କରି ତଦନ୍ତ ଚଳାଇଛି ।    

ସମ୍ବନ୍ଧିତ ଖବର ଦେଶରେ ବାୟୁ ପ୍ରଦୂଷଣରେ ରେକର୍ଡ ଭାଙ୍ଗିଲା ଓଡ଼ିଶା

 

ସମ୍ବନ୍ଧିତ ଖବର ଆଞ୍ଚଳିକ ଦଳ ଗଠନ ହେବା ନେଇ ସଂକେତ ଦେଲେ ମୋକିମ

Tags: