୨ଟି ସ୍ଥାନରେ ବସ ଦୁର୍ଘଟଣା ଘଟି ୨ମୃତ , ୩ ଆହତ
ଢେଙ୍କାନାଳ/ସାଲେପୁର: ଆଜି ସକାଳୁ ସକାଳୁ ୨ଟି ସ୍ଥାନରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ ୨ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଥିବାବେଳେ ୩ବସ ଯାତ୍ରୀ ଆହତ ହୋଇଛନ୍ତି । ଢେଙ୍କାନାଳ ମୋଟଙ୍ଗା ଥାନା ନିମବାହାଳୀ ଠାରେ ଟ୍ରକକୁ ପଛ ପଟୁ ପିଟି ହେଲା ବସ୍ । ଏଥିରେ ୩ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଅନୁଗୋଳ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ଜଣେ ଯାତ୍ରୀଙ୍କର ହାତ ଛିଣ୍ଡି ଯାଇଥିବା ସୂଚନା ମିଳିଛି ।
ସୂଚନାନୁସାରେ, ଢେଙ୍କାନାଳ ଇନ୍ଦିପୁରରୁ ଏକ ବସ୍ ଯୋଗେ ମେରାମଣ୍ଡଳୀର ଘରୋଇ କମ୍ପାନୀରେ କାମ କରୁଥିବା ୪୦ ଠିକା କର୍ମଚାରୀ ଯାଉଥିଲେ । ତେବେ ହଠାତ୍ ବସଟି ଟ୍ରକକୁ ପଛରୁ ଧକ୍କା ଦେବା ଫଳରେ ଜଣଙ୍କ ହାତ ଛିଣ୍ଡିଯାଇଛି । ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଘଟଣାସ୍ଥଳରୁ ଚମ୍ପଟ ମାରିଛି ।
ସେହିପରି କଟକ ଜିଲ୍ଲା ସାଲେପୁର ଥାନା ନାନ୍ଦୋଳଗଡା ନିକଟରେ ଘଟିଛି ଆଉ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବସ ସହ ବାଇକ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ଘଟିଛି । ସାଲେପୁର ।
ସୂଚନା ଅନୁସାରେ, କେନ୍ଦ୍ରାପଡା ରୁ କଟକ ଆଡକୁ ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ ସହ ବିପରୀତ ଦିଗ କେନ୍ଦ୍ରାପଡା ଆଡକୁ ଯାଉଥିବା ଏକ ବାଇକ ସହ ଧକ୍କା ହେବାରୁ ୨ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି । ବାଇକ ଅରୋହି ଦୁଇ ଜଣଙ୍କ ମଧ୍ୟରୁ ଜଣେ ଆଇ ଆର ସି ଭିଲେଜ ନୟାପଲ୍ଲୀ,ଭୁବେନେଶ୍ୱରର ହୋଇଥିବା ବେଳ ଅନ୍ୟ ଜଣେ କେନ୍ଦ୍ରାପଡ଼ାର ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ବସ୍ ଓ ବାଇକ୍ ଜବତ କରିଛି । ଦୁର୍ଘଟଣା ଘଟାଇଥିବା ବସ ଟି ସାଲେପୁର ଥାନାରେ ଅଟକ ଥିବାବେଳେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।




