ନଦୀରେ ବୁଡି ୨ଭାଇଙ୍କ ମୃତ୍ୟୁ
ପୁରୀ: ଗାଧୋଇବା ବେଳେ ନଦୀରେ ବୁଡ଼ି ଯାଇ ୨ ଭାଇଙ୍କ ମୃତ୍ୟୁ । ଚନ୍ଦନପୁର ଜାନକାଦେଇପୁର୍ ରେଲୱେ ବ୍ରିଜ୍ରେ ଥିବା ନଦୀରେ ବୁଡ଼ିଗଲେ ଦୁଇ ଭାଇ । ଉଭୟ ମୃତ ନାବାଳକ କେତକୀ ପାଟଣା ଅଞ୍ଚଳର ଏବଂ ବୟସ ୧୨ ରୁ ୧୫ ମଧ୍ୟରେ ହେବ । ଚନ୍ଦନପୁରରେ ପରିବା ବ୍ୟବସାୟ କରୁଥିବା କେତକୀ ପାଟଣା ବାସିନ୍ଦା ଦୁଇ ଭାଇ ବାବୁ ରାୟ ଓ କାବୁ ରାୟଙ୍କ ଦୁଇ ପୁଅଙ୍କ ମୃତ୍ୟୁ ହୋଇଥିବା ନେଇ ପ୍ରାଥମିକ ସୂଚନା ମିଳିଛି ।
Tags:




