ସଡକ ଦୁର୍ଘଟଣାରେ ୨ ଭାଇ ମୃତ

ସଡକ ଦୁର୍ଘଟଣାରେ ୨ ଭାଇ ମୃତ

ଗୁଣୁପୁର: ବିଦ୍ୟୁତ ଖୁଣ୍ଟରେ ବାଇକ ପିଟି ହୋଇ ଏକ ସହିତ ଚାଲିଗଲା ୨ ଭାଇଙ୍କ ଜୀବନ । ରାୟଗଡ଼ା ଜିଲ୍ଲା ଗୁଣପୁର ସହର ଲିମାପଡ଼ା ମୁଖ୍ୟ ରାସ୍ତାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।  ମୃତ ଦୁଇ ଭାଇ ହେଲେ ଗୁଡାରି ବ୍ଲକ୍ ନିଲାଗୁଡା ଗାଁର ମୁନା କିମ୍ବାକା ଓ କ୍ରିଷ୍ଣା କିମ୍ବାକା । ଦୁଇ ଭାଇ କୌଣସି କାମରେ  ଗୁଣୁପୁରକୁ ଆସିଥିଲେ । ସେଠାରୁ କାମ ସାରି ନିଜ ଘରକୁ ଫେରୁଥିଲେ । ଏହି ସମୟରେ ଲିମାପଡ଼ା ନିକଟ ମୁଖ୍ୟ ରାସ୍ତାରେ ବାଇକଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେ ଉଭୟଙ୍କୁ ପୋଲିସ୍ ଉଦ୍ଧାର କରି ଗୁଣପୁର ମେଡିକାଲରେ ଭର୍ତ୍ତି କରିଥିିଲେ । ସେଠାରେ ଦୁଇ ଭାଇଙ୍କୁ ମୃତ ଘୋଷଣା କଲେ ଡାକ୍ତର । ଗୁଣୁପୁର ପୋଲିସ୍ ମୃତଦେହ ଜବତ କରି ତଦନ୍ତ କରୁଛି । ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି I

ସମ୍ବନ୍ଧିତ ଖବର ଦିଗପହଣ୍ଡି ୨ ବାଇକ ଆରୋହୀଙ୍କ ମୃତ୍ୟୁ ପାଇଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

 

ସମ୍ବନ୍ଧିତ ଖବର ପରୀକ୍ଷାର୍ଥୀଙ୍କୁ ସିବିଆଇ ସମନ

Tags: