AI ଦ୍ୱାରା ନଦୀରେ କୁମ୍ଭୀର ଥିବା ପ୍ରଚାର କରି ୨ ଭାଇ ଗିରଫ

AI ଦ୍ୱାରା ନଦୀରେ କୁମ୍ଭୀର ଥିବା ପ୍ରଚାର କରି ୨ ଭାଇ ଗିରଫ
Samaya Live News Picture
Published On

କୋରାପୁର : ଟେକ୍ନୋଲୋଜି ର ଦୁରୁପଯୋଗ କରି ୨ଭାଇ ଗିରଫ । AI ଦ୍ୱାରା ନଦୀରେ ମିଛ କୁମ୍ଭୀର ଥିବା ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଭୟଭୀତ କରିଥିଲେ ୨ଭାଇ । କୋରାପୁଟ ଜିଲ୍ଲା ଜୟପୁର ନିକଟସ୍ଥ ବଡ଼ପଡା ନଦୀର ୧୦ଫୁଟିଆ କୁମ୍ଭୀର ଥିବା ନେଇ AI ଦ୍ୱାରା ଭିଡିଓ କରି ଭାଇରାଲ କରିଥିଲେ । ଘଟଣା ପ୍ରଚାରିତ ହେବା ପରେ ଏହାର ପର୍ଦ୍ଦାଫାଶ କରିଥିଲା ବନ ବିଭାଗ । ନଦୀରେ କୌଣସି କୁମ୍ଭୀର ନାହିଁ, ବରଂ ଏହା ଏକ AI ପ୍ରସ୍ତୁତି ନକଲି ଫଟୋ ବୋଲି ବନ ବିଭାଗ ସ୍ପଷ୍ଟ କରିଛି । ଏହି ମିଥ୍ୟା ଫଟୋ ଜରିଆରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇବା ଅଭିଯୋଗରେ ବୋରିଗୁମ୍ମା ବନବିଭାଗ ବଡ଼ପଡ଼ା ଗାଁର ପୂର୍ଣ୍ଣ ଭୂମିଆ ଓ ସୁରେନ୍ଦ୍ର ଭୂମିଆଙ୍କୁ ଗିରଫ କରିଛି ।

ସୂଚନାନୁସାରେ, ରବିବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ମାଲଦାର ଜଣେ ଚାଷୀ ସ୍ପ୍ରେ କରିବା ଲାଗି ଜମିକୁ ଯାଉଥିଲେ । ଗାଁ ପାଖ ଦେଇ ବହି ଯାଇଥିବା ବଡ଼ପଡ଼ା ନଦୀ ଭିତର ସାମାନ୍ୟ ଉଚ୍ଚ ସ୍ଥାନରେ ଦେଖିଥିଲେ ଏକ ବିରାଟ କୁମ୍ଭୀର । ପ୍ରଥମ ଥର ଲାଗି ନଦୀରେ କୁମ୍ଭୀର ଦେଖି ଡରି ଯାଇଥିଲେ । ନିଜ ମୋବାଇଲରେ ଫଟୋ ଉଠାଇଥିଲେ । ଏ ସମ୍ପର୍କରେ ଅନ୍ୟ ମାନଙ୍କୁ ଖବର ଦେଇଥିଲେ । ହଠାତ୍ କୁମ୍ଭୀରଟି ପାଣି ଭିତରେ ଲୁଚି ଯାଇଥିଲା । ଖବରପାଇ ଗାଁର ଅନ୍ୟମାନେ ନଦୀ ପଠାରେ ପହଞ୍ଚିଥିଲେ । ପ୍ରବଳ ପାଣି ଯୋଗୁ କୁମ୍ଭୀରକୁ ଆଉ ଠାବ କରିପାରି ନଥିଲେ । ଏହାପରେ ଲୋକଙ୍କ ଭିତରେ ଭୟର ବାତାବରଣ ଖେଳି ଯାଇଥିଲା। ନଦୀକୁ ଯିବା ବେଳେ ସତର୍କ ରହିବାକୁ ଗାଁରେ କୁହାଯାଇଥିଲା । କିନ୍ତୁ ଏହା ଏଆଇ ଫଟୋ ବୋଲି ଜଣାପଡିଛି ।

 

Tags: