ବୋଲେରୋ ଧକ୍କାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ
ଜୟପୁର: ବାଇକକୁ ଧକ୍କା ଦେଲା ବୋଲେରୋ । ଘଟଣାସ୍ଥଳରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ । କେରାପୁଟ ଜିଲ୍ଲା ପାତ୍ରପୁଟ ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଉଭୟ ମୃତକ ଜୟପୁର ଅଞ୍ଚଳର ଲାଲୁ ଖରା ଓ ପିତୁ ଜାନୀ । କୌଣସି କାମରେ ଦୁଇ ବାଇକ୍ଆରୋହୀ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାଉଥିବାବେଳେ ପାତ୍ରପୁଟ ଥୋଡ଼ରିପୁଟ ନିକଟରେ ବାଇକ୍କୁ ସାମ୍ନା ପଟୁ ଧକ୍କା ଦେଇଥିଲା ବୋଲେରୋ । ଫଳରେ ଗାଡ଼ିରେ ଥିବା ଦୁଇ ଜଣ ରାସ୍ତାକୁ ଛିଟି ପଡ଼ି ମୃତ୍ୟୁ ବରଣ କରିଥିଲେ । ଦୁର୍ଘଟଣା ସଂପର୍କରେ ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।
ଅନ୍ୟପଟେ , ରାୟଗଡା ମୁନିଗୁଡା ଥାନା ଅନ୍ତର୍ଗତ କନକ ପରମେଶ୍ଵରୀ ମନ୍ଦିର ନିକଟରେ ମଧ୍ୟ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତାକଡ଼ ୩ ଘର ଉପରକୁ ମାଡ଼ିଗଲା ଆଲୁମିନିୟମ ବୋଝେଇ ଟ୍ୟାଙ୍କର । ଫଳରେ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ। ବିଶାଖାପାଟଣାରୁ ଝାରସୁଗୁଡ଼ା ଯାଉଥିବା ବେଳେ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ମୁନିଗୁଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।




